ନାମାଙ୍କନ ଦାଖଲ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ଓଡ଼ିଶା ଗସ୍ତ ବାତିଲ କରିଥିବା ବେଳେ ଭର୍ଚୁଆଲରେ ରାୟଗଡ଼ା ଜନସଭା ସମ୍ବୋଧିତ କରିଛନ୍ତି। ଏହି ସଭାରେ କର୍ମୀଙ୍କ ଉତ୍ସାହ ବଢେଇବା ସହ ଗରିବଙ୍କ ପାଇଁ ୫ ଗ୍ୟାରେଣ୍ଟି ଆଣିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏହାସହ ‘ବେକାରି ଯୁବକ ଯୁବତୀଙ୍କୁ ଚାକିରି ଦେବୁ’, ‘ସରକାରରେ ଆସିଲେ କୃଷକଙ୍କ ଋଣ ଛାଡ଼ କରିବୁ’,‘ କଂଗ୍ରେସ ସରକାରରେ ଆସିଲେ ଧାନର MSP ବଢ଼ାଇବୁ’, ‘ଗରିବ ମହିଳାଙ୍କୁ ମାସକୁ ୮,୫୦୦ ଟଙ୍କା ଦେବୁ ବୋଲି ଘୋଷଣା କରିଛନ୍ତି’। ଏହାସହ ରାଜ୍ୟ ତଥା ଦେଶରେ ପରିବର୍ତ୍ତନ ପାଇଁ ସରକାର ବଦଳିବା ଦରକାର୍ ବୋଲି ଜୋର ଦେଇଥିଲେ। ଆଜିର ଏହି କାର୍ଯ୍ୟକ୍ରମ ପିସିସି ସଭାପତି ଶରତ ପଟ୍ଟନାୟକ, ପ୍ରଭାରୀ ଅଜୟ କୁମାରଙ୍କ ସମେତ ବହୁ ଟାଣୁଆ କଂଗ୍ରେସ ନେତା ଉପସ୍ଥିତ ଥିଲେ।

By Nirvay

Leave a Reply

Your email address will not be published. Required fields are marked *