ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଥମ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଛି। ପ୍ରଧାନମନ୍ତ୍ରୀ ବୈଠକରେ ମନ୍ତ୍ରୀମାନଙ୍କୁ ବିଭିନ୍ନ ବିଭାଗ ଦିଆଯାଇଛି । କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ମିଳିଥିବା ବେଳେ ଅଜୟ ତାମତା ଏବଂ ହର୍ଷ ମାଲହୋତ୍ରାଙ୍କୁ ସଡକ ପରିବହନ ମନ୍ତ୍ରୀ କରାଯାଇଛି। ରାଜନାଥ ସିଂଙ୍କୁ ପ୍ରତିରକ୍ଷା, ଅମିତ ଶାହାଙ୍କୁ ସ୍ବରାଷ୍ଟ୍ର ମନ୍ତ୍ରୀପଦ ମିଳିଛି। ସୀତାରମଣଙ୍କୁ ଅର୍ଥ ମନ୍ତ୍ରଣାଳୟ, ଏସ.ଜୟଶଙ୍କରଙ୍କୁ ବୈଦେଶିକ ମନ୍ଦ୍ରଣାଳୟ ପ୍ରଦାନ କରାଯାଇଛି। ସେହିପରି ମନୋହର ଲାଲ ଖଟ୍ଟରଙ୍କୁ ଶକ୍ତି, ସହର ବିକାଶ ଏବଂଗୃହ ନିର୍ମାଣ ମନ୍ତ୍ରଣାଳୟ ପ୍ରଦାନ କରାଯାଇଛି।

ସେହିପରି ଅଶ୍ୱିନୀ ବୈଷ୍ଣବଙ୍କୁ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ, ଶିବରାଜ ସିଂ ଚୌହାନଙ୍କୁ କୃଷି ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟ, ଜିତନରାମ ମାଂଝିଙ୍କୁ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ମନ୍ତ୍ରାଳୟ ମିଳିଛି। ରେଳ ସହ ସୂଚନା ପ୍ରସାରଣ ମନ୍ତ୍ରାଳୟ ପାଇଲେ ଅଶ୍ବିନୀ ବୈଷ୍ଣବ । ଶିକ୍ଷା ବିଭାଗ ବଜାୟ ରଖିଲେ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ଆଦିବାସୀ କଲ୍ୟାଣ ବିଭାଗ ଫେରି ପାଇଲେ ଜୁଏଲ ଓରାମ ।

▪️ରାଜନାଥ ସିଂହ- ପ୍ରତିରକ୍ଷା
▪️ଅମିତ ଶାହ- ସ୍ବରାଷ୍ଟ୍ର
▪️ନୀତିନ ଗଡ଼କରୀ- ସଡ଼କ ପରିବହନ ଓ ରାଜପଥ ନିର୍ମାଣ
▪️ନିର୍ମଳା ସୀତାରମଣ- ଅର୍ଥ
▪️ଏସ୍‌. ଜୟଶଙ୍କର- ବୈଦେଶିକ ବ୍ୟାପାର
▪️ମନୋହର ଲାଲ୍‌- ଶକ୍ତି ସହରାଞ୍ଚଳ ବିକାଶ ଓ ଗୃହ ନିର୍ମାଣ
▪️କିରଣ ରିଜିଜୁ- ସଂସଦୀୟ ବ୍ୟାପାର
▪️ପ୍ରହ୍ଲାଦ ଯୋଶୀ- ଖାଦ୍ୟ ଓ ଖାଉଟି କଲ୍ୟାଣ
▪️ଜେ.ପି ନଡ୍ଡା- ସ୍ବାସ୍ଥ୍ୟ
▪️ଜ୍ୟୋତିରାଦିତ୍ୟ ସିନ୍ଦିଆ- ଟେଲିକମ୍‌
▪️ଜୁଏଲ ଓରାମ- ଆଦିବାସୀ କଲ୍ୟାଣ
▪️କେ. ରାମ ମୋହନ ନାଇଡୁ- ବେସାମରିକ ବିମାନ ଚଳାଚଳ
▪️ଅନ୍ନପୂର୍ଣ୍ଣା ଦେବୀ- ମହିଳା ଓ ଶିଶୁ ବିକାଶ
▪️ଗଜେନ୍ଦ୍ର ଶେଖାୱତ- ପର୍ଯ୍ୟଟନ ଓ ସଂସ୍କୃତି
▪️ସର୍ବାନନ୍ଦ ସୋନୱାଲ- ବନ୍ଦର ଓ ଜାହାଜ ଚଳାଚଳ
▪️ଧର୍ମେନ୍ଦ୍ର ପ୍ରଧାନ- ଶିକ୍ଷା
▪️ଅଶ୍ୱିନୀ ବୈଷ୍ଣବ- ରେଳ ଓ ସୂଚନା ପ୍ରସାରଣ
▪️ଜୁଏଲ ଓରାମ-କେନ୍ଦ୍ର ଆଦିବାସୀ ବ୍ୟାପର ମନ୍ତ୍ରୀ
▪️ହରଦୀପ ସିଂ ପୁରୀ- ପେଟ୍ରୋଲିୟମ
▪️ଗିରିରାଜ ସିଂହ- ବୟନ ଶିଳ୍ପ
▪️ଶିବରାଜ ସିଂ ଚୌହାନ- କୃଷି, ଗ୍ରାମ୍ୟ ଉନ୍ନୟନ
▪️ଚିରାଗ ପାଶ୍ବାନ- କ୍ରୀଡ଼ା
▪️ଏଚ୍‌.ଡି କୁମାରସ୍ବାମୀ- ଇସ୍ପାତ ଓ ଖଣି

Leave a Reply

Your email address will not be published. Required fields are marked *