ଓଡ଼ିଶାରେ ଆସନ୍ତାକାଲି ସୁଦ୍ଧା ମୁଖ୍ୟମନ୍ତ୍ରୀଙ୍କ ନାଁ ସ୍ପଷ୍ଟ ହୋଇଯିବ ବୋଲି ଦଳର ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି। ମନମୋହନ କହିଛନ୍ତି, ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା ତାହା ପରେ ସବୁ ସ୍ପଷ୍ଟ ହୋଇଯିବ। ୧୧ ତାରିଖରେ ବିଧାୟକ ଦଳ ବୈଠକ ହେବ। ଆଉ ବୈଠକ ପରେ ମୁଖ୍ୟମନ୍ତ୍ରୀଙ୍କ ନାଁ ଉପରେ ମୋହର ବାଜିବ।

ଦୁଇ କେନ୍ଦ୍ରୀୟ ନେତା ରାଜନାଥ ସିଂ ଓ ଭୂପେନ୍ଦ୍ର ଯାଦବଙ୍କ ଉପରେ ମୁଖ୍ୟମନ୍ତ୍ରୀ ଚୟନ ଦାୟିତ୍ୱ ରହିଛି। ନିଜ ନାଁ ମୁଖ୍ୟମନ୍ତ୍ରୀ ରେସରେ ଥିବା ନେଇ ମନମୋହନ କହିଛନ୍ତି, ସେଭଳି ଚର୍ଚ୍ଚା ଓ ଆଲୋଚନା କରିବା ଉଚିତ୍‌ ନୁହେଁ । ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ହେବ ।

Leave a Reply

Your email address will not be published. Required fields are marked *