ରାତି ପାହିଲେ ପବିତ୍ର ରଥ ଯାତ୍ରା। ଏଥିପାଇଁ ରଥଖଳାକୁ ଆସିଲା ମହାପ୍ରଭୁଙ୍କ ଆଜ୍ଞାମାଳ । ୩ ପୂଜାପଣ୍ଡା ସାମନ୍ତ ଆଣି ପହଞ୍ଚିଥିଲେ ଆଜ୍ଞାମାଳ। ବାଜିଲା ବିଜେ କାହାଳୀ । ଏହି ସମୟରେ ଚତୁଃପାଶ୍ୱ ଘଣ୍ଟ, କାହାଳୀ, ଶଙ୍ଖ ଏବଂ ଭକ୍ତଙ୍କ ହୁଳହୁଳି, ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହୋଇଛି । ଆଜ୍ଞା ମାଳ ବିଜେ ହୋଇ ବିଜେ କାହାଳୀ ବାଜିବା ପରେ ପରମ୍ପରା ଅନୁସାରେ ପ୍ରଥମେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣା ଯାଇ ସିଂହଦ୍ୱାର ନିକଟକୁ ଅଣାଯାଇଛି । ପରେ ଦେବୀ ସୁଭଦ୍ରାଙ୍କ ଦେବ ଦଳନ ରଥ ଓ ଶେଷରେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ଵଜ ରଥ ଟଣା ଯାଇ ସିଂହଦ୍ୱାର ସମ୍ମୁଖକୁ ନିଆଯାଇଛି । Post navigation Bengal Fishing Trawler Tragedy: ପଶ୍ଚିମବଙ୍ଗ ଡଙ୍ଗା ଟ୍ରାଜେଡି: ଆଉ ଜଣେ ମତ୍ସ୍ୟଜୀବୀଙ୍କ ମୃତଦେହ ଉଦ୍ଧାର; ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି Ratha Jatra: ଆସନ୍ତାକାଲି ବିଶ୍ୱ ପ୍ରସିଦ୍ଧ ପବିତ୍ର ରଥଯାତ୍ରା; ଅପରାହ୍ନ ୪ଟାରେ ଆରମ୍ଭ ହେବ ରଥଟଣା