ଅଦିନିଆ ରଥଯାତ୍ରା ଆୟୋଜନ ନେଇ ଇସ୍କନର ଯୁକ୍ତି ଏବଂ ଗଜପତି ମହାରାଜାଙ୍କ ବର୍ଲିନ ରଥଯାତ୍ରାରେ ସାମିଲ ନେଇ ସ୍ପଷ୍ଟୀକରଣ ରଖିଛି ଶ୍ରୀମନ୍ଦିର ପ୍ରଶାସନ । ଇସ୍କନ୍ କମ୍ୟୁନିକେସନ ଅଫିସ୍ ନୂଆଦିଲ୍ଲୀ ଦ୍ୱାରା ଗତ ୧୨ ତାରିଖରେ ଜାରି ହୋଇଥିବା ପ୍ରେସ୍ ରିଲିଜକୁ ବିଭ୍ରାନ୍ତିକର ଏବଂ ଭ୍ରମାତ୍ମକ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ଏହା ଅସତ୍ୟ ଉପରେ ଆଧାରିତ, ଶ୍ରଦ୍ଧାଳୁଙ୍କୁ ଭ୍ରମିତ ପାଇଁ ଉଦ୍ଦିଷ୍ଟ ।ଶାସ୍ତ୍ର ଅନୁମୋଦିତ ରଥଯାତ୍ରା ନେଇ ଯାହା ଲେଖିଛନ୍ତି ତାହା ଠିକ୍‌ ନୁହେଁ । SJTA ବିଦ୍ବାନ ଓ ଇସ୍କନ ବିଦ୍ବ୍ୟାନଙ୍କ ମଧ୍ୟରେ ବୈଠକ ହୋଇ ସାରିଛି । ୨୦୨୫ ମାର୍ଚ୍ଚ ୨୦ରେ ଭୁବନେଶ୍ବରରେ ଗଜପତିଙ୍କ ଉପସ୍ଥିତିରେ ବୈଠକ ହୋଇଛି । ମହାପ୍ରଭୁ ନିଜେ ନବ ଦିନାତ୍ମକ ଯାତ୍ରାରେ ଆସିବାକୁ ଚାହାଁନ୍ତି ଦର୍ଶା ଯାଇଥିଲା । ସ୍କନ୍ଦ ପୁରାଣରେ ମହର୍ଷି ବେଦବ୍ୟାସ, ବ୍ରହ୍ମ ପୁରାଣ ତଥ୍ୟ ଦର୍ଶାଯାଇଥିଲା ।ଅନ୍ୟ କୌଣସି ପର୍ବ ପର୍ବାଣୀ ନିର୍ଦ୍ଦିଷ୍ଟ ତିଥି ବାହାରେ ହୁଏନି ଯୁକ୍ତି ଦର୍ଶା ଯାଇଥିଲା । ତେଣୁ ଅନ୍ୟାନ୍ୟ ତିଥି ଅନୁମୋଦିତ ପର୍ବପର୍ବାଣୀ ପରି ପାଳନ ପାଇଁ କୁହାଯାଇଥିଲା ।

ଆଉ ମଧ୍ୟ କହିଛନ୍ତି ବର୍ଲିନ ରଥଯାତ୍ରାରେ ଗଜପତି ମହାରାଜା ସାମିଲ ଥିଲେ ରିଲିଜ ବିଭ୍ରାନ୍ତିକର।୧୯୯୧/୧୯୯୨ରେ ବର୍ଲିନରେ ଏକ ଇଣ୍ଟର-ଫେଥ୍‌ କନଫରେନ୍ସକୁ ଯାଇଥିଲେ ଗଜପତି । ଏହି ୩ ଦିନିଆ କନଫରେନ୍ସରେ ଗଜପତି ଅଦିନିଆ ରଥଯାତ୍ରା ଦେଖି ବିରୋଧ କଲେ। ଏହା ଶାସ୍ତ୍ର ବିରୋଧୀ କହି ଇସ୍କନ କର୍ତ୍ତୃପକ୍ଷଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ । ଭାରତ ଫେରିବା ପରେ ଇସ୍କନ କର୍ତ୍ତୃପକ୍ଷଙ୍କ ସହ ବହୁବାର ଆଲୋଚନା କଲେ । ଇସ୍କନ ନ ମାନିବାରୁ SJTA ପରିଚାଳନା କମିଟି ବିରୋଧ ନିଷ୍ପତ୍ତି ନେଲା। ୨୦୦୮ ଫେବ୍ରୁଆରୀ ୧୫ରେ SJTA ପରିଚାଳନା କମିଟିରେ ପ୍ରସ୍ତାବ ପାରିତ ହେଲା । ଚଳିତ ରଥଯାତ୍ରା ଶେଷରେ ରାଷ୍ଟ୍ରପତି ଓ ପ୍ରାଧାନମନ୍ତ୍ରୀଙ୍କୁ ଭେଟି ଫେରାଦ ହେବୁ ।

ଇସ୍କନ ପ୍ରେସ ରିଲିଜରେ ଦର୍ଶାଇଥିଲା ଯେ ଇସ୍କନ ଏବଂ ଶ୍ରୀମନ୍ଦିର ପ୍ରଶାସନର ପ୍ରତିନିଧିତ୍ୱ କରୁଥିବା ପଣ୍ଡିତ ମାନଙ୍କ ମଧ୍ୟରେ ୨୦ ମାର୍ଚ୍ଚ ୨୦୨୫ରେ ବୈଠକ ହୋଇଥିଲା। ଏଥିରେ ଇସ୍କନ ପଣ୍ଡିତମାନେ ଇସ୍କନ ଦ୍ବାର ଆୟୋଜିତ ରଥଯାତ୍ରାକୁ ଶାସ୍ତ୍ର ଅନୁମୋଦିତ ବୋଲି ପ୍ରମାଣିତ କରିଥିଲେ। ତେବେ ଜୁଲାଇ ୧୨ର ଏହି ପ୍ରେସ୍ ରିଲିଜକୁ ବିଭ୍ରାନ୍ତିକର ଏବଂ ମିଥ୍ୟା ବୋଲି ଦର୍ଶାଇଛି ଶ୍ରୀମନ୍ଦିର ପ୍ରଶାସନ।

Leave a Reply

Your email address will not be published. Required fields are marked *