bjd-holds-key-gathering-in-cuttack-top-leaders-attend
କଟକରେ ଆଜି ବିଜେଡିର ବରିଷ୍ଠ ନେତାମାନଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ମେଳି ଅନୁଷ୍ଠିତ ହୋଇଛି । କଟକ ମହାନଗର ନିଗମର ଜଣେ ବିଜେଡି କର୍ପୋରେଟରଙ୍କ ଘରେ ଏହି ବୈଠକ ବସିଥିଲା ।
 
ବୈଠକରେ ରାଜ୍ୟସଭା ସାଂସଦ ସଂତୃପ୍ତ ମିଶ୍ର ଓ ପୂର୍ବତନ ମନ୍ତ୍ରୀ ଦେବୀ ମିଶ୍ର ଉପସ୍ଥିତ ଥିଲେ। ଏଥିସହ କଟକ ମେୟର ଓ ଡେପୁଟି ମେୟରଙ୍କ ସମେତ ଚୌଦ୍ୱାର ଓ ଜିଲ୍ଲାର ଅନେକ ବରିଷ୍ଠ ବିଜେଡି ନେତା ମଧ୍ୟ ସାମିଲ ହୋଇଥିଲେ ।
 
ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳଙ୍କ ବିଜେପି ଅଫିସ୍ ଯିବାକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଏହି ବୈଠକ ହୋଇଥିବାରୁ ଏହାକୁ ନେଇ ରାଜନୈତିକ ମହଲରେ ଜୋର ଚର୍ଚ୍ଚା ଆରମ୍ଭ ହୋଇଛି ।
 
ବୈଠକରେ ସାଂଗଠନିକ ପରିସ୍ଥିତି ଓ ଆଗାମୀ ରାଜନୈତିକ ରଣନୀତି ନେଇ ଆଲୋଚନା ହୋଇଥିବା ସୂଚନା ମିଳିଛି । ତେବେ ସୌଭିକ ବିଶ୍ୱାଳଙ୍କ ପ୍ରସଙ୍ଗକୁ ନେଇ କି ଆଲୋଚନା ହୋଇଛି ସେ ନେଇ ବିଜେଡି ନେତାମାନେ କିଛି ସ୍ପଷ୍ଟ କରିନାହାନ୍ତି ।

By Nirvay

Leave a Reply

Your email address will not be published. Required fields are marked *