malkangiri-police-seizes-ganja-worth-rs-10-crore-smugglers-flee
ମାଲକାନଗିରି ଜିଲ୍ଲାରେ ପୁଣି ଏକ ବଡ଼ ଗଞ୍ଜେଇ ଚାଲାଣ ଧରାପଡ଼ିଛି । କାଲିମେଳା ପୋଲିସ ଚଢ଼ଉ କରି ପ୍ରାୟ ୧ ଟନ୍ ୧୫ କିଲୋଗ୍ରାମ ଗଞ୍ଜେଇ ଜବତ କରିଛି । ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୦ କୋଟି ଟଙ୍କା ହେବ ବୋଲି ପୋଲିସ ଆକଳନ କରିଛି ।
 
ସୂଚନା ଅନୁସାରେ, ଏହି ଗଞ୍ଜେଇକୁ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଛତିଶଗଡ଼ ଓ ମହାରାଷ୍ଟ୍ରକୁ ଚାଲାଣ କରିବାର ଯୋଜନା ଥିଲା । ତେବେ ପୋଲିସ ଚଢ଼ଉ ପୂର୍ବରୁ ଚାଲାଣକାରୀମାନେ ଫେରାର ହୋଇଯାଇଥିଲେ ।
 
ଘଟଣାରେ ମାମଲା ରୁଜୁ କରି କାଲିମେଳା ପୋଲିସ ଗଞ୍ଜେଇ ଚାଲାଣ ସହ ଜଡ଼ିତ ପୂରା ନେଟୱର୍କକୁ ଖୋଳତାଡ଼ କରୁଛି । ଫେରାର ଚାଲାଣକାରୀଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିଛି ।ଏହି ଜବତ ପରେ ସୀମାନ୍ତ ଅଞ୍ଚଳରେ ପୋଲିସ ପେଟ୍ରୋଲିଂ ଓ ଯାଞ୍ଚକୁ କଡ଼ାକଡ଼ି କରାଯାଇଛି ।

By Nirvay

Leave a Reply

Your email address will not be published. Required fields are marked *