minister-suresh-pujari-faces-protest-by-party-workers
ଝାରସୁଗୁଡ଼ା ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ହୀରମା ପଞ୍ଚାୟତର କନ୍ଦାଗାଡ଼ ଗାଁରେ ଆଜି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ନିଜ ଦଳର କର୍ମୀଙ୍କ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି ।
 
ଏକ ମନ୍ଦିରରେ ପୂଜା କରିବା ପାଇଁ ମନ୍ତ୍ରୀ ସେଠାକୁ ଯାଇଥିବା ବେଳେ କିଛି ଦଳୀୟ କର୍ମୀ ତାଙ୍କୁ ବିରୋଧ କରିଥିଲେ । ମନ୍ତ୍ରୀ ଆସୁଥିବା ସମ୍ପର୍କରେ ପୂର୍ବରୁ କର୍ମୀ ଓ ସ୍ଥାନୀୟ ଅଧିକାରୀମାନଙ୍କୁ ସୂଚନା ଦିଆଯାଇ ନ ଥିଲା ବୋଲି ବିରୋଧକାରୀମାନେ ଅଭିଯୋଗ କରିଛନ୍ତି ।
 
ଏହି ଘଟଣାକୁ ନେଇ ମନ୍ତ୍ରୀଙ୍କ ସମର୍ଥକ ଏବଂ ବିରୋଧ କରୁଥିବା କର୍ମୀଙ୍କ ମଧ୍ୟରେ ଯୁକ୍ତିତର୍କ ମଧ୍ୟ ଦେଖିବାକୁ ମିଳିଥିଲା । ପରିସ୍ଥିତିକୁ ଦେଖି ସ୍ଥାନୀୟ ପ୍ରଶାସନ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିଥିଲା । ତେବେ ଏହି ବିରୋଧ ପ୍ରଦର୍ଶନ ନେଇ ମନ୍ତ୍ରୀ ସୁରେଶ ପୂଜାରୀଙ୍କର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।
 
 
 

By Nirvay

Leave a Reply

Your email address will not be published. Required fields are marked *