ପୋଲିସ ଏସ୍ଆଇ ନିଯୁକ୍ତି ପରୀକ୍ଷା ଜାଲିଆତି ମାମଲାରେ ଭୁବନେଶ୍ଵରର ପ୍ରତିଷ୍ଠିତ କୋଚିଂ ସେଣ୍ଟର ‘ବାଣିକ’ ରେ କ୍ରାଇମବ୍ରାଞ୍ଚ ଚଢ଼ାଉ ପରେ ‘ବାଣିକ’ ନାଁରେ ହୋଇଥିବା ଅଭିଯୋଗକୁ ମୁଖ୍ୟ ସୁବ୍ରତ ଛାଟୋଇ ଖଣ୍ଡନ କରିଛନ୍ତି । ବାଣିକ୍’ର ପୋଲିସ SI ପରୀକ୍ଷା ଘୋଟାଲାରେ ସମ୍ପୃକ୍ତି ନାହିଁ । ସେ କିମ୍ବା ତାଙ୍କର କୌଣସି ଷ୍ଟାଫ୍ ଏଥିରେ ସମ୍ପୃକ୍ତ ନାହାନ୍ତି । ରାଜନୈତିକ ଉଦ୍ଦେଶ୍ୟ ରଖି ବାଣିକ୍କୁ ଟାର୍ଗେଟ୍ କରାଯାଉଛି । ଯଦି ପ୍ରମାଣ ଅଛି ତାଙ୍କୁ ବାନ୍ଧି ପୋଲିସ କୋର୍ଟରେ ପ୍ରମାଣିତ କରନ୍ତୁ ବୋଲି ଛାଟୋଇ କହିଛନ୍ତି । ସେ ପୁଣି କହିଛନ୍ତି ଯେ, କ୍ରାଇମବ୍ରାଞ୍ଚ ହେଉ କି CBI, ମୋତେ ଡାକିଲେ ପକ୍ଷ ରଖିବି । ୧୨ ପିଲା ବାଣିକ୍ରେ ପଢ଼ିଥିବା କୁହାଯାଉଛି, ବାସ୍ତବରେ ଏହା ୬ । ସରକାରଙ୍କୁ ଟାର୍ଗେଟ କରି ସେ କହିଛନ୍ତି ଯେ, ଆଉ କିଛି ପିଲା ଡିନାଏଡ୍ ବୋଲି ଲେଖିଥିବା ଦର୍ଶାଯାଇଛି । ଡିନାଏଡ୍ ଅର୍ଥ ବୋଧେ ପୋଲିସ କିଛି ପ୍ରଭାବୀ ଲୋକଙ୍କ ନାଁ ଲୁଚାଉଛି । SI ପରୀକ୍ଷା କେଳେଙ୍କାରୀ ମାମଲାରେ ବଡ଼ ବଡ଼ ମାଛଙ୍କୁ ଧରାଯାଉ । ଅନେକ କୋଚିଂ ସେଣ୍ଟର ନାଁ ଥିଲା ବେଳେ କେବଳ ବାଣିକ୍କୁ କାହିଁକି ଟାର୍ଗେଟ୍ କରାଯାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି । ସରକାର ନିଜ ଦୋଷକୁ ଲୁଚାଇବା ପାଇଁ ବାଣିକ ଉପରେ ରେଡ୍ କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି । Post navigation ସାକ୍ଷୀଗୋପାଳରୁ ବିଜେଡିର ଜନସମ୍ପର୍କ ପଦଯାତ୍ରା କାର୍ଯ୍ୟକ୍ରମର ଶୁଭାରମ୍ଭ ୯ ଆନ୍ତଃରାଜ୍ୟ ଡକାୟତ ଗିରଫ; ୫ ବନ୍ଧୁକ ଜବତ