ଭୁବନେଶ୍ୱରରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଆଜି ଜଣେ ପୂଜକଙ୍କୁ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ନଳିନୀ ଆଚାର୍ଯ୍ୟ ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲାର ମୂଳ ବାସିନ୍ଦା ନଳିନୀ ଆଚାର୍ଯ୍ୟ ଦୀର୍ଘ ଦିନ ହେବ ଭୁବନେଶ୍ୱରରେ ରହି ପୂଜାପାଠ କରିଆସୁଥିଲେ। ସେ ରହୁଥିବା ଅଞ୍ଚଳରେ ନିଜ ପଡ଼ୋଶୀଙ୍କ ସହ ବେଶ୍ ଘନିଷ୍ଠତା ଓ ଭଲ ସମ୍ପର୍କ ଗଢ଼ି ତୋଳିଥିଲେ। ତେବେ ପଡ଼ୋଶୀଙ୍କ ବିଶ୍ୱାସର ସୁଯୋଗ ନେଇ ସେ ସେମାନଙ୍କ ନାବାଳିକା ଝିଅ ଉପରେ ଖରାପ ନଜର ପକାଇବା ସହ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

​ଏହି ଘଟଣା ପଦାକୁ ଆସିବା ପରେ ପୀଡ଼ିତାଙ୍କ ପରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ଅଭିଯୋଗ ଆଧାରରେ ପୁଲିସ ତୁରନ୍ତ ତତ୍ପରତା ଦେଖାଇ ତଦନ୍ତ ଆରମ୍ଭ କରିବା ସହ ପୀଡ଼ିତା ନାବାଳିକା ଏବଂ ତାଙ୍କ ପରିବାର ସଦସ୍ୟଙ୍କ ବୟାନ ରେକର୍ଡ କରିଥିଲା। ଅଭିଯୁକ୍ତ ପୂଜକଙ୍କ ବିରୋଧରେ କଠୋର ପୋକ୍ସୋ ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇଛି।

​ପୁଲିସ ଅଭିଯୁକ୍ତ ନଳିନୀ ଆଚାର୍ଯ୍ୟଙ୍କୁ ଗିରଫ କରିବା ପରେ ତାଙ୍କର ଡାକ୍ତରୀ ମାଇନା କରାଇ ଆଜି କୋର୍ଟ ଚାଲାଣ କରିଛି। ଘଟଣାର ସତ୍ୟାସତ୍ୟ ଓ ଅନ୍ୟାନ୍ୟ ଦିଗକୁ ନେଇ ପୁଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।

Leave a Reply

Your email address will not be published. Required fields are marked *