ରାଜ୍ୟର ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ଡ୍ରପଆଉଟ ଏବଂ ଖାଲି ପଡ଼ିଥିବା ସିଟ୍ ସଂଖ୍ୟାକୁ ନେଇ ଚିନ୍ତା ବଢ଼ିଛି। ବିଧାନସଭାରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଏକ ଲିଖିତ ଉତ୍ତରରୁ ଏହି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ମନ୍ତ୍ରୀଙ୍କ ତଥ୍ୟ ଅନୁଯାୟୀ, ଗତ ତିନି ଶିକ୍ଷାବର୍ଷ ମଧ୍ୟରେ ମୋଟ ୧୭,୨୫୦ ଜଣ ଛାତ୍ରଛାତ୍ରୀ ଅଧାରୁ ନିଜର ଉଚ୍ଚଶିକ୍ଷା ବନ୍ଦ କରିଦେଇଛନ୍ତି। ସେଥିମଧ୍ୟରୁ -୨୦୨୫-୨୬ରେ ୫,୪୫୯ ଛାତ୍ରଛାତ୍ରୀ ଛାଡ଼ିଛନ୍ତି ପାଠପଢ଼ା। ଜିଲ୍ଲାୱାରୀ ତଥ୍ୟ ଅନୁଯାୟୀ, ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୭୪୭ ଜଣ ଛାତ୍ରଛାତ୍ରୀ ଅଧାରୁ ପାଠ ଛାଡ଼ିଛନ୍ତି। ତା’ ପଛକୁ ମୟୂରଭଞ୍ଜ ଜିଲ୍ଲାରେ ୫୩୮ ଜଣ ଛାତ୍ରଛାତ୍ରୀ ଏହିଭଳି ପଦକ୍ଷେପ ନେଇଛନ୍ତି। ଡ୍ରପଆଉଟ୍ ସଂଖ୍ୟା ବଢ଼ିବା ସହିତ ଶିକ୍ଷାନୁଷ୍ଠାନଗୁଡ଼ିକରେ ସିଟ୍ ଖାଲି ପଡ଼ିବାର ପ୍ରବଣତା ମଧ୍ୟ ଚିନ୍ତାଜନକ ରହିଛି। ଚଳିତ ଶିକ୍ଷାବର୍ଷରେ ରାଜ୍ୟର ଉଚ୍ଚ ଶିକ୍ଷାନୁଷ୍ଠାନରେ ପାଖାପାଖି ୮୮,୫୭୯ ସିଟ୍ ଖାଲି ପଡ଼ିଥିବା ବେଳେ ପୂର୍ବବର୍ଷଗୁଡ଼ିକର ସ୍ଥିତି ମଧ୍ୟ ସମାନ ଥିଲା, ଯେଉଁଥିରେ ୨୦୨୪-୨୫ରେ ୭୩,୦୨୦ ଏବଂ ୨୦୨୩-୨୪ରେ ୮୫,୫୩୫ ସିଟ୍ ଖାଲି ରହିଥିଲା। Post navigation Kataka Baliyatra Rides Halted Today: ଆଜି କଟକ ବାଲିଯାତ୍ରାରେ ବନ୍ଦ ରହିବ ସମସ୍ତ ଦୋଳି