ଚର୍ଚ୍ଚିତ ଓରାଙ୍ଗୁଟାନ ଚାଲାଣ ମାମଲାରେ ତଦନ୍ତକୁ ଜୋରଦାର କରିଛି ରାଜ୍ୟ କ୍ରାଇମବ୍ରାଞ୍ଚର ସ୍ପେସାଲ ଟାସ୍କଫୋର୍ସ ଟିମ୍। ଓରାଙ୍ଗୁଟାନ ଚାଲାଣ ଘଟଣା ପଛରେ ଏକ ବଡ଼ ଧରଣର ଆନ୍ତର୍ଜାତୀୟ ଗ୍ୟାଙ୍ଗ ସକ୍ରିୟ ଥିବା ସନ୍ଦେହ କରାଯାଉଛି। ପ୍ରାରମ୍ଭିକ ତଦନ୍ତରୁ ମିଳିଥିବା କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ଏହି ସନ୍ଦେହକୁ ଆହୁରି ଦୃଢ଼ୀଭୂତ କରିଛି। ଏହି ଘଟଣାରେ ଅଧିକ ତଥ୍ୟ ହାସଲ କରିବା ପାଇଁ ଖୁବଶୀଘ୍ର ଇଣ୍ଡୋନେସିଆ ଯିବାକୁ ପ୍ରସ୍ତୁତ ହେଉଛି STFର ଏକ ସ୍ୱତନ୍ତ୍ର ଟିମ୍। ଇଣ୍ଡୋନେସିଆ ଗସ୍ତ କରି ଏହି ବନ୍ୟପ୍ରାଣୀ ଚାଲାଣ ନେଇ ଆଉ କିଛି ଗୁରୁତ୍ୱପୂର୍ଣ୍ଣ ଲିଙ୍କ୍ ଏବଂ ପ୍ରମାଣ ସଂଗ୍ରହ କରାଯିବ ବୋଲି ଜଣାପଡ଼ିଛି। ଇଣ୍ଡୋନେସିଆରେ ପହଞ୍ଚି ଏହି ଟିମ୍ ସେଠାକାର ସ୍ଥାନୀୟ ପ୍ରଶାସନ ଏବଂ ବନ୍ୟପ୍ରାଣୀ ବିଭାଗ ସହ ଆଲୋଚନା କରିବା ସହ ଅଧିକ ତଥ୍ୟ ଓ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ସଂଗ୍ରହ କରିବ। ଏହି ବିରଳ ବନ୍ୟପ୍ରାଣୀଙ୍କୁ କେଉଁ ରୁଟ୍ରେ ଏବଂ କେଉଁମାନଙ୍କ ଜରିଆରେ ଚାଲାଣ କରାଯାଉଥିଲା, ସେ ନେଇ ସମ୍ପୂର୍ଣ୍ଣ ସତ୍ୟ ସାମ୍ନାକୁ ଆଣିବାକୁ STF ଲକ୍ଷ୍ୟ ରଖିଛି। Post navigation Tension at Vani Vihar Campus: ଉତ୍କଳ ବିଶ୍ୱବିଦ୍ୟାଳୟରେ ନିର୍ବାଚନୀ ଉତ୍ତେଜନା: ‘‘ହ୍ୱାଇ ଆଇ ଷ୍ଟାଣ୍ଡ ଫର୍’ ବୈଠକରେ ମୁହାଁମୁହିଁ ହେଲେ ABVP ଓ BCJD