ଛାତ୍ର ସଂସଦ ନିର୍ବାଚନ-୨୦୨୬ ସମୟରେ ଦଳବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ରହିବା ଅଭିଯୋଗରେ ବିଜୁ ଜନତା ଦଳ ପକ୍ଷରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଦଳୀୟ ଶୃଙ୍ଖଳା ଭଙ୍ଗ କରିଥିବାରୁ ବିଜେଡି ସଭାପତିଙ୍କ ନିର୍ଦ୍ଦେଶକ୍ରମେ ୩ ଜଣ ପ୍ରମୁଖ କର୍ମକର୍ତ୍ତାଙ୍କୁ ତୁରନ୍ତ ପ୍ରଭାବରୁ ଦଳରୁ ନିଲମ୍ବିତ କରାଯାଇଛି।

ନିଲମ୍ବିତ ହୋଇଥିବା ନେତାମାନଙ୍କ ମଧ୍ୟରେ ପୁରୀ ଜିଲ୍ଲା ପୁରୀ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ସଭ୍ୟ ମୁରାରୀ ଶ୍ରୀପତି ନାୟକ ରହିଛନ୍ତି। ଏହା ବ୍ୟତୀତ ଜଗତସିଂହପୁର ଜିଲ୍ଲାର ନାଉଗାଁ ଜିଲ୍ଲା ପରିଷଦ ସଭ୍ୟା ଅମିତା ସ୍ୱାଇଁ ଏବଂ ବିରିଡ଼ି ଜିଲ୍ଲା ପରିଷଦ ସଭ୍ୟ ଚନ୍ଦ୍ରଶେଖର ଦାଶଙ୍କୁ ମଧ୍ୟ ଦଳବିରୋଧୀ କାର୍ଯ୍ୟପାଇଁ ଦଳରୁ ବାହାର କରାଯାଇଛି।

​ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ବିଜୟ ନାୟକଙ୍କ ଦ୍ୱାରା ଜାରି କରାଯାଇଥିବା ସରକାରୀ ଆଦେଶନାମା ଅନୁଯାୟୀ, ଛାତ୍ର ସଂସଦ ନିର୍ବାଚନରେ ଏହି ନେତାମାନଙ୍କର ବିରୋଧୀ ଆଚରଣ ଯୋଗୁଁ ଏହି ନିଷ୍ପତ୍ତି ନିଆଯାଇଛି। ଏହି ନିଲମ୍ବନ ଆଦେଶର ଅନୁଲିପି ସମ୍ପୃକ୍ତ ବ୍ୟକ୍ତିବିଶେଷ, ଜିଲ୍ଲା ସଭାପତି, ରାଜ୍ୟ ନିର୍ବାଚନ ଆୟୋଗ ଏବଂ ସଭାପତିଙ୍କ ରାଜନୈତିକ ସଚିବଙ୍କ ନିକଟକୁ ପଠାଯାଇଛି।

Leave a Reply

Your email address will not be published. Required fields are marked *