ରାଜଧାନୀ ଭୁବନେଶ୍ୱରର ଘାଟିକିଆସ୍ଥିତ ବଜରଙ୍ଗୀ ଖେଳ ପଡ଼ିଆର ଉଦ୍ଘାଟନୀ ଉତ୍ସବରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। କାର୍ଯ୍ୟକ୍ରମ ପାଇଁ ସ୍ଥାପନ କରାଯାଇଥିବା ଉଦ୍ଘାଟନୀ ନାମ ଫଳକରେ ନିଜ ନାମ ନଥିବା ଦେଖି ସ୍ଥାନୀୟ ମେୟର ସୁଲୋଚନା ଦାସ ଅତ୍ୟନ୍ତ କ୍ଷୁବ୍ଧ ହୋଇପଡ଼ିଥିଲେ। ଏହାକୁ ନେଇ ସେ ସିଧାସଳଖ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷର ଭାଇସ ଚେୟାରମ୍ୟାନ ଚଞ୍ଚଳ ରାଣାଙ୍କ ଉପରେ ବର୍ଷିବା ସହ ଉଭୟଙ୍କ ମଧ୍ୟରେ ତୀବ୍ର ଯୁକ୍ତିତର୍କ ଓ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଶିଷ୍ଟାଚାର ଓ ନାମ ଫଳକରେ ପ୍ରତିନିଧିତ୍ୱକୁ ନେଇ ମେୟରଙ୍କ ଏହି ଅସନ୍ତୋଷ ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ସେଠାରେ ଉପସ୍ଥିତ ଥିବା ବିଧାୟକ ବାବୁ ସିଂହ ଏବଂ ପ୍ରଶାନ୍ତ ଜଗଦେବ ତୁରନ୍ତ ମଧ୍ୟସ୍ଥତା କରି ମେୟରଙ୍କୁ ବୁଝାସୁଝା କରିବା ସହ ପରିସ୍ଥିତିକୁ ଶାନ୍ତ କରିବାକୁ ଚେଷ୍ଟା କରିଥିଲେ। ସରକାରୀ କାର୍ଯ୍ୟକ୍ରମରେ ମହାନଗର ନିଗମ ଏବଂ ବିଡିଏ ଅଧିକାରୀଙ୍କ ମଧ୍ୟରେ ଦେଖାଦେଇଥିବା ଏହି ଅପ୍ରୀତିକର ପରିସ୍ଥିତି ଏବେ ଚର୍ଚ୍ଚାର ମୁଖ୍ୟ ବିଷୟ ପାଲଟିଛି। Post navigation Student Union Elections: ଛାତ୍ର ସଂସଦ ନିର୍ବାଚନ: ଦଳବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ୩ ଜଣ ସସପେଣ୍ଡ