ଛତିଶଗଡ଼ର ବିଜାପୁର ଜିଲ୍ଲାରେ ୬ ଜଣ ମାଓବାଦୀ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଏମାନଙ୍କ ମଧ୍ୟରେ ଓଡ଼ିଶାରେ ସକ୍ରିୟ ମାଓବାଦୀ ଏବଂ ପଶ୍ଚିମ ବସ୍ତର ଡିଭିଜନ୍ ଛାଡ଼ିଥିବା କ୍ୟାଡର ସାମିଲ ଅଛନ୍ତି । ସେମାନଙ୍କ ଉପରେ ମୋଟ ୩୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା ହୋଇଥିଲା । ଛତିଶଗଡ଼ ସରକାରଙ୍କ ଆତ୍ମସମର୍ପଣ ଓ ଥଇଥାନ ନୀତି, ସୁରକ୍ଷା ବାହିନୀର ମାଓବାଦୀ ବିରୋଧୀ ଅଭିଯାନ ଏବଂ ଆଦିବାସୀ ଅଞ୍ଚଳରେ ବିକାଶ କାର୍ଯ୍ୟକ୍ରମ ସେମାନଙ୍କୁ ହିଂସାର ପଥ ଛାଡ଼ିବାକୁ ପ୍ରେରିତ କରିଥିବା କୁହାଯାଇଛି । ବିଜାପୁର ଜିଲ୍ଲା ରିଜର୍ଭ ଗାର୍ଡ (ଡିଆରଜି) ଓ କେନ୍ଦ୍ରୀୟ ରିଜର୍ଭ ପୋଲିସ ବାହିନୀ (ସିଆରପିଏଫ୍) ମଧ୍ୟ ଏଥିରେ ଭୂମିକା ନେଇଥିଲେ । ଆତ୍ମସମର୍ପଣକାରୀଙ୍କ ମଧ୍ୟରେ ରାଣୀ ସୋଢ଼ୀ ଓରଫ ସନ୍ଧ୍ୟା (୩୦), ପାଣ୍ଡୋ ପୋଡ଼ିୟାମ ଓରଫ ସସ୍ମିତା (୨୮), ସୁକ୍କୁ କୁଡ଼ିୟାମ ଓରଫ ସନ୍ତୋଷ (୨୭), ଗଣେଶ ଉଇକା, କୋସା ମାଡ଼ଭି ଓରଫ ସତୀଶ (୩୦), ଦେବେ ମାଡ଼କମ ଓରଫ ଜାନି (୨୨) ଏବଂ ଲାଲୁ ତାତି (୨୫)ଙ୍କ ନାମ ରହିଛି । ରାଣୀ ସୋଢ଼ୀ, ପାଣ୍ଡୋ ପୋଡ଼ିୟାମ, ଗଣେଶ ଉଇକା ଓ କୋସା ମାଡ଼ଭିଙ୍କ ଉପରେ ୮ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଥିଲା । ଦେବେ ମାଡ଼କମଙ୍କ ଉପରେ ୨ ଲକ୍ଷ ଏବଂ ଲାଲୁ ତାତିଙ୍କ ଉପରେ ୧ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା ହୋଇଥିଲା । ସୁକ୍କୁ କୁଡ଼ିୟାମଙ୍କ ପାଇଁ ପୁରସ୍କାର ରାଶି ଉଲ୍ଲେଖ ନାହିଁ । Post navigation 100+ Plots Registered for Bali Jatra: କଟକ ବାଲିଯାତ୍ରା ପାଇଁ ୧୦୦ରୁ ଅଧିକ ପ୍ଲଟ୍ ପଞ୍ଜୀକରଣ