ପୁରୀ ଶ୍ରୀମନ୍ଦିର ଉପରେ ପୁଣି ଥରେ ଅଜଣା ଡ୍ରୋନ୍ ଉଡ଼ୁଥିବାର ଦେଖିବାକୁ ମିଳିଛି। ଆଜି ଭୋର ସମୟରେ ଶ୍ରୀମନ୍ଦିର ଓ ନୀଳଚକ୍ର ଉପରିଭାଗରେ ଏକ ଡ୍ରୋନ୍ ବେଶ୍ କିଛି ସମୟ ଧରି ଚକ୍ରକାଟୁଥିବା ନଜରକୁ ଆସିଥିଲା। ଉକ୍ତ ଡ୍ରୋନ୍ ସାହାଯ୍ୟରେ ଶ୍ରୀମନ୍ଦିରର ନିଷିଦ୍ଧାଞ୍ଚଳର ଆକାଶମାର୍ଗରୁ ଭିଡିଓ ଏବଂ ଫଟୋ ଚିତ୍ର ଉତ୍ତୋଳନ କରାଯାଇଥିବା ନେଇ ସନ୍ଦେହ କରାଯାଉଛି। ଶ୍ରୀମନ୍ଦିର ଓ ଏହାର ପରିସରକୁ ସୁରକ୍ଷା ଦୃଷ୍ଟିରୁ ସରକାର ‘ନୋ-ଫ୍ଲାଇଂ ଜୋନ୍’ ଭାବେ ଘୋଷଣା କରିଛନ୍ତି। କିନ୍ତୁ ବାରମ୍ବାର ଏପରି ଘଟଣା ଘଟୁଥିବାରୁ ଶ୍ରୀମନ୍ଦିରର ନଜରଦାରୀ ଓ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମନ୍ଦିର ପରିସରରେ ପ୍ରତିଦିନ ହଜାର ହଜାର ଭକ୍ତଙ୍କ ସମାଗମ ହେଉଥିବା ବେଳେ ଏଭଳି ସୁରକ୍ଷା ତ୍ରୁଟିକୁ ନେଇ ଶ୍ରଦ୍ଧାଳୁ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଗଭୀର ଚିନ୍ତା ପ୍ରକାଶ ପାଇଛି। ଆଣ୍ଟି-ଡ୍ରୋନ୍ ସିଷ୍ଟମ୍ ଓ କଡ଼ା ସୁରକ୍ଷା ସତ୍ତ୍ୱେ କିପରି ଏହି ଅଜଣା ଡ୍ରୋନ୍ ଶ୍ରୀମନ୍ଦିର ଆକାଶମାର୍ଗରେ ପ୍ରବେଶ କଲା, ସେ ନେଇ ସୁରକ୍ଷା କର୍ମୀଙ୍କ ଭୂମିକା ଉପରେ ପ୍ରଶ୍ନ ଉଠୁଛି। ଏହି ଡ୍ରୋନ୍ କିଏ, କେଉଁଠାରୁ ଏବଂ କେଉଁ ଉଦ୍ଦେଶ୍ୟରେ ଉଡ଼ାଉଥିଲା, ସେ ନେଇ ପୁରୀ ପୋଲିସ ଓ ଶ୍ରୀମନ୍ଦିର ସୁରକ୍ଷା ବାହିନୀ ପକ୍ଷରୁ ସାନପୋଲିସ ତଦନ୍ତ ଆରମ୍ଭ ହୋଇଛି। ସ୍ଥାନୀୟ ସିସିଟିଭି ଫୁଟେଜ୍ଗୁଡ଼ିକୁ ଯାଞ୍ଚ କରାଯାଉଛି । Post navigation 6 Maoists Surrender in Chhattisgarh: ଛତିଶଗଡ଼ରେ ୬ ମାଓବାଦୀଙ୍କ ଆତ୍ମସମର୍ପଣ Kataka Gas Pipeline Fire: କଟକ ସିଡିଏରେ ବଡ଼ ଧରଣର ଅଗ୍ନିକାଣ୍ଡ: ଗ୍ୟାସ୍ ପାଇପ୍ ଲାଇନ୍ ଫାଟି ଲାଗିଲା ଭୟଙ୍କର ନିଆଁ