Student Union Elections: 7,168 Candidates in Fray Across 348 Colleges, 1,175 Nominations Rejected
ରାଜ୍ୟର ବିଭିନ୍ନ କଲେଜରେ ଛାତ୍ରସଂସଦ ନିର୍ବାଚନ ପାଇଁ ନାମାଙ୍କନ ପ୍ରକ୍ରିୟା ଶେଷ ହୋଇଛି । ମୋଟ ୩୪୮ଟି କଲେଜରେ ନିର୍ବାଚନ ପାଇଁ ୮୩୨୫ଟି ନାମାଙ୍କନପତ୍ର ଦାଖଲ ହୋଇଥିବାବେଳେ, ସେଥିମଧ୍ୟରୁ ୧୧୭୫ ଜଣ ଛାତ୍ରଛାତ୍ରୀଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଛି ।
 
ପ୍ରାର୍ଥୀପତ୍ର ଯାଞ୍ଚ ପରେ ମୋଟ ୭୧୬୮ ଜଣ ପ୍ରାର୍ଥୀ ନିର୍ବାଚନୀ ମଇଦାନରେ ରହିଛନ୍ତି । ଏବେ ନିର୍ବାଚନକୁ ନେଇ ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ବଢ଼ିବାରେ ଲାଗିଛି ।
 
ଓଡ଼ିଶାରେ ଛାତ୍ର ସଂସଦ ନିର୍ବାଚନ ପାଇଁ ପ୍ରାର୍ଥୀମାନଙ୍କ ଦ୍ୱାରା ନାମାଙ୍କନ ପ୍ରତ୍ୟାହାର କରିବାର ଆଜି ହେଉଛି ଶେଷ ଦିନ ।
 
କଲେଜ ସ୍ତରରେ ମୋଟ ୧,୬୨୦ ଜଣ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବାବେଳେ, ବିଶ୍ୱବିଦ୍ୟାଳୟ ସ୍ତରରେ ୩୩ ଜଣ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ବିଜୟୀ ହୋଇଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *