ରାଜ୍ୟରେ ଚାଉଳ ବଣ୍ଟନ ପ୍ରଣାଳୀ (PDS) କୁ ଅଧିକ ସରଳ, ପାରଦର୍ଶୀ ଓ ସୁବିଧାଜନକ କରିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ। ଭୁବନେଶ୍ୱର ଓ ଝାରସୁଗୁଡ଼ା ପରେ ଏବେ ଢେଙ୍କାନାଳ ଜିଲ୍ଲାରେ ଖୋଲିଛି ବହୁ ପ୍ରତୀକ୍ଷିତ ଚାଉଳ ATM। ହିତାଧିକାରୀମାନେ ଦିନର ୨୪ ଘଣ୍ଟା ନିଜ ଅଧିକାରର ଚାଉଳ ଉଠାଇପାରିବେ। ଏହାକୁ ଉଦ୍ଘାଟନ କରିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଏହି ଚାଉଳ ATMରେ ହିତାଧିକାରୀମାନେ ନିଜ ରାସନ କାର୍ଡ ନମ୍ବର ଓ ଫିଙ୍ଗରପ୍ରିଣ୍ଟ ପ୍ରମାଣୀକରଣ ମାଧ୍ୟମରେ ଚାଉଳ ଉଠାଇପାରିବେ। Post navigation Pitabas Panda Murder Case: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା: ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ PM Modi Meets Iranian President Masoud Pezeshkian on Sidelines of SCO Summit