Fire Breaks Out at Car Showroom in Brahmapur’s Haladiapadar

ଗଞ୍ଜାମ ଜିଲ୍ଲା, ବ୍ରହ୍ମପୁର ସହର ଉପକଣ୍ଠ ହଳଦିଆପଦର ଅଞ୍ଚଳରେ ଥିବା ଏକ କାର୍‌ ସୋ’ରୁମ୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ବସ୍‌ ଟର୍ମିନାଲ୍‌ ନିକଟସ୍ଥ ଟୟୋଟା ସୋ’ରୁମ୍‌ରେ ହଠାତ୍‌ ନିଆଁ ଲାଗିଥିବା ସୂଚନା ମିଳିଛି ।

ଅଗ୍ନିକାଣ୍ଡର ଖବର ପାଇ ଦମକଳ ବାହିନୀର ଏକାଧିକ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଛି। ନିଆଁ ଲିଭାଇବା ପାଇଁ ୧୦ରୁ ଅଧିକ ଅଗ୍ନିଶମ ଗାଡ଼ି ନିୟୋଜିତ ହୋଇଛି । ନିଆଁର ପ୍ରକୋପ ଅଧିକ ଥିବାରୁ ଅଗ୍ନିଶମ ବାହିନୀ ପକ୍ଷରୁ ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଜାରି ରହିଛି ।

ଅଗ୍ନିକାଣ୍ଡ ଯୋଗୁଁ ସୋ’ରୁମ୍‌ରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଆଶଙ୍କା କରାଯାଉଛି । ଏହି ଅଗ୍ନିକାଣ୍ଡରେ ଏକାଧିକ କାର୍‌ ଜଳିପୋଡ଼ି ଯାଇଥିବା ପ୍ରାଥମିକ ସୂଚନା ମିଳିଛି । ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ ।

By Nirvay

Leave a Reply

Your email address will not be published. Required fields are marked *