ତାମିଲନାଡୁରେ ପ୍ରତି ପରିବାରକୁ ମିଳିବ ମାଗଣା ଗ୍ୟାସ ସିଲିଣ୍ଡର । ତାମିଲନାଡୁ ମୁଖ୍ୟମନ୍ତ୍ରୀ ଯୋସେଫ ବିଜୟ ବିଧାନସଭାରେ ରାଜ୍ୟବାସୀଙ୍କ ପାଇଁ କେତେକ ଗୁରୁତ୍ୱପୂର୍ଣ୍ଣ ଓ କଲ୍ୟାଣକାରୀ ଯୋଜନାର ଘୋଷଣା କରିଛନ୍ତି।

ଯୋଜନା ଅନୁସାରେ ତାମିଲନାଡୁରେ ପ୍ରତି ପରିବାରକୁ ବର୍ଷକୁ ୩ଟି ମାଗଣା ସିଲିଣ୍ଡର । ୩ଟି ସିଲିଣ୍ଡରର ପଇସା ଗ୍ରାହକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯିବ ।  ଏଥିରେ ଉପକୃତ ହେବେ ତାମିଲନାଡୁର ୧.୩୦ କୋଟି ପରିବାର । ବାର୍ଷିକ ୨.୫ ଲକ୍ଷ ଟଙ୍କାରୁ କମ୍ ଆୟ ଥିବା ପ୍ରତ୍ୟେକ ପରିବାର ଏହି ଯୋଜନାର ଲାଭ ପାଇପାରିବେ। ଏହି ଯୋଜନା ୨୦୨୭ ପୋଙ୍ଗଲ ରୁ ଲାଗୁ ହେବ।

ଏଥି ସହିତ ମହିଳା ଓ କିନ୍ନର ମାନଙ୍କୁ ମାଗଣା ବସ୍ ସେବା ନେଇ ବିଜୟଙ୍କ ଘୋଷଣା କରିଛନ୍ତି । ପୂର୍ବରୁ ମହିଳାମାନେ କେବଳ ସାଧାରଣ ସହରୀ ବସରେ ୪୦ କିଲୋମିଟର ପର୍ଯ୍ୟନ୍ତ ମାଗଣା ଯାତ୍ରା କରିପାରୁଥିଲେ। କିନ୍ତୁ ଏବେ ଏହି ଯୋଜନାର ସମ୍ପ୍ରସାରଣ କରାଯାଇ ଏକ୍ସପ୍ରେସ, LSS, ଡିଲକ୍ସ ଏବଂ ଜିଲ୍ଲା-ଜିଲ୍ଲା ମଧ୍ୟରେ ଚାଲୁଥିବା ସରକାରୀ ବସରେ ମଧ୍ୟ ମାଗଣା ଯାତ୍ରା ସୁବିଧା ମିଳିବ। ଅକ୍ଟୋବର ୨ ରୁ ଏହି ସମ୍ପ୍ରସାରିତ ଯୋଜନା ଲାଗୁ ହେବ ବୋଲି ଜଣାପଡ଼ିଛି। ଏଥିପାଇଁ ସରକାରଙ୍କୁ ବାର୍ଷିକ ଅତିରିକ୍ତ ୬,୦୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ।

ଏଥିସହିତ ଚେନ୍ନାଇ ନିକଟସ୍ଥ ପରନ୍ଦୁର ଠାରେ ପ୍ରସ୍ତାବିତ ନୂତନ ବିମାନବନ୍ଦର ନିର୍ମାଣ ନିଷ୍ପତ୍ତିକୁ ସରକାର ବାତିଲ କରିଛନ୍ତି, କାରଣ ସ୍ଥାନୀୟ ଚାଷୀ ଓ ଅଧିବାସୀମାନେ ଏହାକୁ ବିରୋଧ କରୁଥିଲେ। ​ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଚାଷୀମାନେ ଦେଶର ମେରୁଦଣ୍ଡ, ତେଣୁ ସେମାନଙ୍କୁ ବାସଚ୍ୟୁତ ନକରି ବିକଳ୍ପ ସ୍ଥାନ ଚିହ୍ନଟ କରାଯାଉଛି। ​ଏହା ସହିତ ମୀନମ୍ବାକମ୍ ଠାରେ ଥିବା ବର୍ତ୍ତମାନର ଚେନ୍ନାଇ ବିମାନବନ୍ଦରରେ ଏକ ନୂତନ ଟର୍ମିନାଲ ୫ନିର୍ମାଣ କରାଯିବ ବୋଲି ସେ ଘୋଷଣା କରିଛନ୍ତି।

Leave a Reply

Your email address will not be published. Required fields are marked *