୨ ଲକ୍ଷର କଂକ୍ରିଟ ରାସ୍ତା ୩୦ ଦିନରେ ଫାଟିଲା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ନୟାହାଟ

ନୟାହାଟ-ନାଗପୁର ରାସ୍ତାର ପଲ୍ଲୀଛକଠାରୁ ବାଲି କପିଳେଶ୍ୱର ମହାଦେବଙ୍କ ମନ୍ଦିର ପର୍ଯ୍ୟନ୍ତ ୨ ଲକ୍ଷ ଟଙ୍କା ବ୍ୟୟରେ କଂକ୍ରିଟ ରାସ୍ତା ନିର୍ମାଣ କରାଯାଇଥିଲା । ମାତ୍ର ନିମ୍ନମାନର କାର୍ଯ୍ୟ ଯୋଗୁଁ ରାସ୍ତାଟି ସମ୍ପୂର୍ଣ୍ଣ ଦବି ଯାଇଥିବା ୨୦୦ମିଟର ରାସ୍ତା ମଝିରୁ ଫାଟି ଆଁ ମେଲା ହୋଇଯାଇଥିବା ଦେଖିବାଙ୍କୁ ମିଳିଛି । ଏହି ରାସ୍ତା ଉପରେ କଣ୍ଟି, କରମଳା ମନାପଡା ଗ୍ରାମବାସୀମାନଙ୍କ ସହିତ ବୀରୁତୁଙ୍ଗ ପଞ୍ଚାୟତର ଲୋକମାନେ ଯାତାୟତ କରିଥାନ୍ତି । ରାସ୍ତା ଫାଟିଯାଇଥିବା ବେଳେ ଏ ନେଇ ଗ୍ରାମବାସୀମାନେ ଠିକାଦାରକୁ ଦାୟୀ କରିଥିବା ବେଳେ ରାସ୍ତା କାର୍ଯ୍ୟର ୩୦ ଦିନ ମଧ୍ୟରେ ଶୋଚନୀୟ ହୋଇପଡିଥିବା ବେଳେ ବିଭାଗୀୟ କର୍ତ୍ତୃପକ୍ଷ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଜଣାଇଥିଲେ ମଧ୍ୟ କୌଣସି ପ୍ରତିକାର କରାଯାଇ ନାହିଁ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*