ଭୁବନେଶ୍ୱର: ରାଜଧାନୀରେ ବିଳମ୍ବିତ ରାତିଯାଏ ଖୁଲମଖୁଲା ଚାଲିଛି ବାର ଓ ପବ୍ । ଭୁବନେଶ୍ୱର ସହିଦ ନଗର ଅଂଚଳରେ ରାତି ୩ଟା ଯାଏଁ ଖୋଲାରହୁଛି ପବ୍ । ରାତି ଅଧରେ ଚାଲିଛି ମଦଲୀଳା । ନା ଅଛି ପୁଲିସର ଡର ନା ଅଛି ଅବକାରୀ ବିଭାଗର କଟକଣା । ଗୋଟିଏ ପଟେ ଆଦର୍ଶ ଆଚରଣ ବିଧୀ ଲାଗୁ ହୋଇଥିବା ବେଳେ, ଛକ ବଜାରରେ ନାକାବନ୍ଦି ଚାଲିଛି । କିନ୍ତୁ ଏହାରି ଭିତରେ ଚାଲିଛି ଖୁଲମଖୁଲା ଡ୍ୟାନ୍ସ ପବ୍ ।

ସୂଚନା ଅନୁସାରେ ସହିଦ ନଗର ଅଂଚଳରେ ଥିବା ସାଇନ ଏକ୍ସ ପବ୍ରେ ସାମ୍ନା ପଟ ଗେଟ ବନ୍ଦ କରି ଭିତରେ ଚାଲିଛି ଡାନ୍ସ ବାର । ପବ୍ ଭିତରେ ଭୋର ଯାଏଁ ନିଶାରେ ଚୁର୍ ହୋଇ ରହୁଛନ୍ତି ଯୁବପୀଢୀ । ନିର୍ବାଚନ ସମୟରେ ଅବକାରୀ ନିୟମର ଖୋଲାଖୋଲି ଉଲ୍ଲଙ୍ଘନ ହୋଉଛି । ଖବର ପ୍ରଚାରପରେ ଖିଲାପକାରୀଙ୍କ ବିରୋଧରେ ଶୀଘ୍ର ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଅବକାରୀ ଅଧୀକ୍ଷକ ।

Leave a Reply

Your email address will not be published. Required fields are marked *