ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ନାଁରେ ଫେକ୍‌ ଭିଡିଓ ଭାଇରାଲ୍ ପ୍ରସଙ୍ଗରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ଭାରତୀୟ ଜନତା ପାର୍ଟି । ଗୃହମନ୍ତ୍ରୀ ଅମିତ ଶାହାଙ୍କ ଫେକ୍ ଭିଡିଓ ଧରି ମିଥ୍ୟା ପ୍ରଚାର କରୁଛନ୍ତି ନବରଙ୍ଗପୁର ବିଜେଡି ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀ । ଏଭଳି ଫେକ ଭିଡିଓକୁ ନେଇ ପ୍ରଚାର କରି ବିଜୁ ଜନତା ଦଳ ନିର୍ବାଚନ ଆଚରଣ ବିଦ୍ଧି ଉଲଂଘନ କରୁଛି l ଏଭଳି କାର୍ଯ୍ୟକଳପ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ସହିତ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେପି । ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଇଛି ଭାରତୀୟ ଜନତା ପାର୍ଟି । ଅନ୍ୟପଟେ ପ୍ରଦୀପ ମାଝୀଙ୍କ ବିରୋଧରେ ମଧ୍ୟ ଭୁବନେଶ୍ୱର ସାଇବର ଥାନାରେ ରାଜ୍ୟ ବିଜେପି ସଂଗଠନ ଲିଖିତ ଅଭିଯୋଗ କରିଛି ।

Leave a Reply

Your email address will not be published. Required fields are marked *