ଭୁବନେଶ୍ୱର ବିମାନବନ୍ଦରରେ ଜରୁରୀ ଅବତରଣ କଲା ଭିସ୍ତାରା ବିମାନ । କୁଆପଥର ମାଡ କାରଣରୁ ବିମାନର ସମ୍ମୁଖ ପାଶ୍ୱର୍ରେ ଆଂଶିକ କ୍ଷତି ଦେଖାଯାଇଥିଲା । ଉଡାଣର  ୧୦ ମିନିଟ ପରେ ପୁଣିଥରେ ରନୱେକୁ ଫେରିଥିଲା ବିମାନ । ତେବେ ବିମାନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି ।

କୁଆପଥର ମାଡ଼ ଯୋଗୁଁ ୱିଣ୍ଡସିଲ୍‌ ଭାଙ୍ଗିବାରୁ ଜରୁରୀ ଅବତରଣ । ଏସମ୍ପର୍କରେ ବିମାନ ବନ୍ଦର ନିର୍ଦ୍ଦେଶକ କହିଛନ୍ତି ଆଜି ଦିନ ଗୋଟାଏ ୪୫ରେ ବିମାନ ବନ୍ଦରରୁ ଦିଲ୍ଲୀ ଅଭିମୁଖେ ବିମାନଟି ବାହାରିଥିଲା। ମାତ୍ର କୁଆପଥର ମାଡ ହେବାରୁ ବିମାନଟି ୧୦ମିନଟ ପରେ ଫେରି ପ୍ରାୟରିଟି ଲ୍ଯାଣ୍ଡିଂ କରିଥିଲା। ବିମାନରେ ୮ କ୍ରିଉ ମେମ୍ବର ସହ ମୋଟ ୧୬୯ ଯାତ୍ରୀ ଥିଲେ। ସମସ୍ତେ ସୁରକ୍ଷିତ ଅଛନ୍ତି। ଅନ୍ଯ ଏକ ବିମାନରେ ଯାତ୍ରୀଙ୍କୁ ଦିଲ୍ଲୀ ପଠାଯିବ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *