ଭୁବନେଶ୍ୱର; ରାଜଧାନୀରେ ହଠାତ୍ ପାଗରେ ପରିବର୍ତ୍ତନ। ଅସହ୍ୟ ତାତିରୁ ମିଳିଲା ସାମାନ୍ୟ ତ୍ରାହି । ଖରା ଓ ଗୁଳୁଗୁଳିରୁ ଆଶ୍ୱସ୍ତି ଦେଲା କାଳବୈଶାଖୀ। ଭୁବନେଶ୍ୱର, କଟକ ସମେତ ରାଜ୍ୟର କିଛି ସ୍ଥାନରେ କୋହଲା ପାଗ ସହ ଝିପିଝିପି ବର୍ଷା ହେଉଛି ।ଗତ କିଛି ଦିନ ଧରି ରାଜଧାନୀବାସୀ ପ୍ରଚଣ୍ଡ ତାତିରେ ଆଉଟୁ ପାଉଟ ହେଉଥିବା ବେଳେ ଆଜିର ପାଗ ରାଜଧାନୀବାସୀଙ୍କୁ ସାମାନ୍ୟ ଆଶ୍ବସ୍ତି ଦେଇଛି ।

ଆଗାମୀ ୩ ଘଣ୍ଟା ପାଇଁ କାଳବୈଶାଖୀ ଓ ବଜ୍ରପାତ ନେଇ ୬ ଜିଲ୍ଲା ଖୋର୍ଦ୍ଧା, ଗଞ୍ଜାମ, ନୟାଗଡ଼, କଟକ, କନ୍ଧମାଳ ଓ ଢେଙ୍କାନାଳକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ଏସବୁ ଜିଲ୍ଲାର କିଛି ସ୍ଥାନରେ ଘଡ଼ିଘଡ଼ି ସହ ବର୍ଷା ହୋଇପାରେ । ଗତ କିଛି ଦିନ ହେବ ରାଜ୍ୟରେ ହିଟୱେଭ୍ ଜାରି ରହିଛି। ପାରଦ ଡେଇଁଛି ୪୬ ଡିଗ୍ରୀ। ଏବେ କାଳବୈଶାଖୀ ବର୍ଷା ତାତିରୁ ଆଶ୍ୱସ୍ତି ଆଣି ଦେଇଛି । ଆଜି ଦିନ ସାଢ଼େ ୧୧ଟା ସୁଦ୍ଧା ରାଜଧାନୀର ତାପମାତ୍ରା ୪୧.୨ ଡିଗ୍ରୀ ଥିବାବେଳେ ମଧ୍ୟାହ୍ନରେ ହଠାତ ପାଗରେ ପରିବର୍ତ୍ତନ ଦେଖାଦେଇଥିଲା ।

By SonaliP

Leave a Reply

Your email address will not be published. Required fields are marked *