ଭଞ୍ଜନଗର ଅନ୍ତର୍ଗତ ଗିଡ଼ିପାବାଲି ଭୂସ୍ଖଳନ ଘଟଣାରେ ୨ଟି ମୃତଦେହ ଉଦ୍ଧାର କରାଯାଇଛି। ଏନେଇ ଆଜି ସୂଚନା ଦେଇଛନ୍ତି ଅଗ୍ନିଶମ ଡିଜି ସୁଧାଂଶୁ ଶଢ଼ଙ୍ଗୀ । ସେ କହିଛନ୍ତି ଯେ ଘଟଣାସ୍ଥଳରୁ ମୋଟ ୨ ଜଣଙ୍କ ମୃତଦେହ ମିଳିସାରିଥିବାବେଳେ ସମସ୍ତଙ୍କର ପରିଚୟ ଚିହ୍ନଟ ପ୍ରକ୍ରିୟା ଶେଷ ହୋଇଛି। ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ସମସ୍ତ ଉଦ୍ଧାର କାର୍ଯ୍ୟ ସମ୍ପୂର୍ଣ୍ଣ ଭାବେ ଶେଷ ହେବ।

ଏହି ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ ବାହିନୀ, ଓଡ୍ରାଫ୍ ଏବଂ ଏନ୍ଡିଆରଏଫ୍ ସହିତ ରେଲୱେ ଟିମ୍ ମଧ୍ୟ ମିଳିତ ଭାବେ ନିୟୋଜିତ ଅଛନ୍ତି। ତେବେ ଘଟଣାସ୍ଥଳକୁ ସଠିକ୍ ରାସ୍ତା ନଥିବାରୁ ସେଠାକୁ କୌଣସି ବଡ଼ କ୍ରେନ୍ ନେବା ସମ୍ଭବ ହେଉନାହିଁ। ଏହି ସମସ୍ୟାର ସମାଧାନ ପାଇଁ ବଡ଼ ବଡ଼ ପଥରଗୁଡ଼ିକୁ କଣ୍ଟ୍ରୋଲ୍ ବ୍ଲାଷ୍ଟ ମାଧ୍ୟମରେ ହଟାଯାଉଛି ବୋଲି ଅଗ୍ନିଶମ ଡିଜି ସ୍ପଷ୍ଟ କରିଛନ୍ତି।

Leave a Reply

Your email address will not be published. Required fields are marked *