ଭୁବନେଶ୍ୱର: ଓଡ଼ିଶାରୁ ଅଧିକରୁ ଅଧିକ ଲୋକସଭା ଆସନ ଜିତିବା ସହିତ ରାଜ୍ୟ ସରକାର ଗଠନ କରିବା ପାଇଁ ଭାଜପା ପକ୍ଷରୁ ରଣନୀତି ପ୍ରସ୍ତୁତ ହୋଇସାରିଛି। ଏହି ରଣନୀତି ଅନୁସାରେ କଟକ ଲୋକସଭା ଆସନରେ କିପରି ଦଳୀୟ ପ୍ରାର୍ଥୀ ବିଜୟ ଲାଭ କରିବେ ସେଥିପାଇଁ ରାଜସ୍ଥାନର ବରିଷ୍ଠ ତଥା ନିର୍ବାଚନ ପରିଚାଳନାରେ ଅଭିଜ୍ଞ ନେତା ସାଂସଦ ସିପି ଯୋଶୀଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି। ଦଳ ପକ୍ଷରୁ ଏହି ଦାୟିତ୍ୱ ମିଳିବା ପରେ ଶ୍ରୀ ଯୋଶୀ ଗତ ଦୁଇଦିନ ତଳୁ କଟକରେ ପହଞ୍ଚି ଦଳୀୟ ପ୍ରଚାର ଓ ବୁଥ୍‍ ପରିଚାଳନା ପାଇଁ ଚୂଡ଼ାନ୍ତ ଯୋଜନା ପ୍ରସ୍ତୁତ କରିବାରେ ଲାଗିଛନ୍ତି।

ସେହିପରି ରାଜ୍ୟର ଯାଦବ ବହୁଳ ଅଞ୍ଚଳ କଳାହାଣ୍ଡିରେ ଦଳର ପ୍ରଚାର ତଥା ପ୍ରାର୍ଥୀମାନଙ୍କର ବିଜୟ ଦାୟିତ୍ୱ ଅଲ୍‍ ଇଣ୍ଡିଆ ଯାଦବ ମହାସଭାର ପୂର୍ବତନ ସଭାପତି ଦିନେଶ ଯାଦବଙ୍କୁ ଦାୟିତ୍ୱ ଦିଆଯାଇଛି। ଶ୍ରୀ ଯାଦବ କିଛିଦିନ ତଳେ କଂଗ୍ରେସ ଛାଡ଼ି ଭାଜପାରେ ଯୋଗ ଦେଇଛନ୍ତି। ଶ୍ରୀ ଯାଦବ ପୁର୍ବରୁ ଯାଦବ ମହାସଂଘର ରାଷ୍ଟ୍ରୀୟ ସଭାପତି ଥିବାବେଳେ କଳାହାଣ୍ଡି ସମେତ ପଶ୍ଚିମ ଓଡ଼ିଶାରେ ବୁଲି ସଂଗଠନ କରିଥିଲେ। ତାଙ୍କର ରାଜ୍ୟର ଯାଦବମାନଙ୍କ ମଧ୍ୟରେ ଲୋକପ୍ରିୟ ରହିଛି। ଏହାକୁ ଆଧାର କରି ସେ ଯାଦବମାନଙ୍କୁ ଭାଜପା ପକ୍ଷକୁ ଆଣିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ନିଭୋୟ ପ୍ରଥମେ ଭାଜପାର କେନ୍ଦ୍ରର ବରିଷ୍ଠ ନେତାଙ୍କୁ ନିର୍ବାଚନମଣ୍ଡଳିରେ ନିର୍ବାଚନ ପରିଚାଳନା ଦାୟିତ୍ୱ ସମ୍ପର୍କରେ ସୂଚନା ଦେଇଥିଲା। ଏପରି ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବଙ୍କୁ ରାଜ୍ୟର ୫ଟି ଲୋକସଭା ନିର୍ବାଚନମଣ୍ଡଳିର ନିର୍ବାଚନ ପରିଚାଳନା ଦାୟିତ୍ୱ କଥା କହିଥିଲା

 

Leave a Reply

Your email address will not be published. Required fields are marked *