ରାଜ୍ୟରେ ବଢ଼ିବାରେ ଲାଗିଛି ତାପମାତ୍ରା, ଆଜି ୪୫° ସହ ତାଳଚେର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ହୋଇଥିଲା। ୨୮ ସହରରେ ତାପମାତ୍ରା ୪୦° କିମ୍ବା ଅଧିକ ରେକର୍ଡ କରାଯାଇଛି । ଏହାସହ ୧୫ ସହରରେ ଦିନ ତାପମାତ୍ରା ୪୩° ଓ ତାଠୁ ଅଧିକ ରହିଥିଲା। ତେବେ ଆଜି ରାଜଧାନୀ ଭୁବନେଶ୍ଵର ସମେତ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ କାଳବୈଶାଖୀ ଅନୁଭୂତ ହେବା ସହ ରାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ମନୋରମା ମହାନ୍ତି କହିଛନ୍ତି, ଆଉ ମାତ୍ର ୪୮ ଘଣ୍ଟା ପରେ ତାତିରୁ ସାମାନ୍ୟ ଅଶ୍ବସ୍ତି ମିଳିବ। କିନ୍ତୁ ଏହି ଆଶ୍ବସ୍ତି ଉପକୂଳବର୍ତ୍ତି ଅଞ୍ଚଳ ଓ ଦକ୍ଷିଣ ଓଡ଼ିଶା ପାଇଁ ରହିଛି। ସମଗ୍ର ଓଡ଼ିଶା ପାଇଁ ଆସନ୍ତା ୬ରୁ ନିସ୍ତାର ମିଳିବ। ରାଜ୍ୟରେ କାଳବୈଶାଖୀ ପ୍ରଭାବ ବୃଦ୍ଧି ପାଇବ। ପାଗରେ ବିଶେଷ କରି ପବନରେ ପରିବର୍ତନ ହେବାରୁ ଏହି ସ୍ଥିତି ହେବାକୁ ଯାଉଛି।

By Nirvay

Leave a Reply

Your email address will not be published. Required fields are marked *