ଛତ୍ରପୁର; ଆଜି ବିରୋଧୀଙ୍କୁ ଶାଣିତ ଆକ୍ରମଣ କରିଛନ୍ତି ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ । ଆଜି ଛତ୍ରପୁରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଜୋରଦାର ପ୍ରଚାର୍ କରି ବିପୁଳ ଭୋଟରେ ଜିତାଇବାକୁ ଅନୁରୋଧ କରିଛନ୍ତି। ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଶ୍ରୀ ଭୃଗୁ ବକ୍ସିପାତ୍ର ଏବଂ ଛତ୍ରପୁର ବିଧାନ ସଭା ପ୍ରାର୍ଥୀ ଶ୍ରୀ ସୁବାସ ବେହେରାଙ୍କୁ ୯୫ ପ୍ରତିଶତ ଭୋଟ ଦେଇ ବିପୁଳ ମାର୍ଜିନ ରେ ଜିତାଇବା ପାଇଁ ଅନୁରୋଧ କରିଛନ୍ତି।ବିରୋଧୀ ଦଳଙ୍କୁ ଶାଣିତ ଆକ୍ରମଣ କରି କହିଛନ୍ତି ଯେ, ଠକ ମାନଙ୍କ ସ୍ଥାନ ଜେଲରେ। ଗଞ୍ଜାମବାସୀ କେବେ ଭୁଲ କରିବେ ନାହିଁ, ଠକ ମାନଙ୍କୁ ସଂସଦ ପଠାଇବେ ନାହିଁ।
ଭାରତୀୟ ଜନତା ପାର୍ଟି ର ଡବଲ ଇଞ୍ଜିନ ପ୍ରଚାର ଉପରେ ଆକ୍ରମଣ କରି ସେ କହିଲେ ଯେ ଥରେ କ୍ଷମତାକୁ ଆସିଲେ ଡବଲ ଇଞ୍ଜିନ ରାଜ୍ୟକୁ ୨୦ ବର୍ଷ ପଛକୁ ନେଇଯିବ ।
ସେ କହିଲେ ଯେ ହିମାଚଳରେ ଡବଲ ଇଞ୍ଜିନ ବନ୍ଦ ହେଇଗଲାଣି । ଛତିଶଗଡ଼ ଓ ରାଜସ୍ଥାନରେ ଏପଟ ସେପଟ ହେଉଛି । ଡବଲ ଇଞ୍ଜିନ ଯଦି ଏତେ ଷ୍ଟ୍ରଙ୍ଗ, ତେବେ ବାରମ୍ବାର ଯାଉଚି ଆଉଚି କାହିଁକି? ସ୍ଥିର ସରକାର ନାହିଁ କାହିଁକି? ସେ ପୁଣି କହିଲେ ଯେ ଡବଲ ଇଞ୍ଜିନ କଥା ଆପଣ କେବଳ ନିର୍ବାଚନ ସମୟରେ ଶୁଣିବେ, ତା ପରେ ତାଙ୍କର ଦେଖା ନ ଥିବ । ଡବଲ ଇଞ୍ଜିନ ହେଉଛି ଭୋଟ ଇଞ୍ଜିନ । ନବୀନ ଇଞ୍ଜିନ ହେଉଛି ସ୍ଵଚ୍ଛତାର ଇଞ୍ଜିନ । ସବୁ ସମୟରେ ନବୀନ ଇଞ୍ଜିନ ଆପଣଙ୍କ ସାଥିରେ, ଆପଣଙ୍କ ଦୁଃଖ ସୁଖ ସବୁଥିରେ ରହିଛି, ରହିଥିବ ।
ସେ ପୁଣି କହିଲେ ଯେ ଡବଲ ଇଞ୍ଜିନ ସରକାରରେ ଦୈନିକ ମଜୁରି ମାତ୍ର ୩୦୦ ଟଙ୍କାରୁ ସାମାନ୍ୟ ଅଧିକ, କିନ୍ତୁ ନବୀନ ଇଂଜିନରେ ଏହା ୪୫୦ ଟଙ୍କା। ଡବଲ ଇଞ୍ଜିନ ସରକାରରେ ଭତ୍ତା ମାତ୍ର ୩୦୦ ଟଙ୍କା, ନବୀନ ଇଞ୍ଜିନ ସରକାରରେ ଭତ୍ତା ୧୦୦୦ ଟଙ୍କା ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ଆୟୁଷ୍ମାନ ଭାରତର ଜୋରଦାର ପ୍ରଚାର କରାଯାଉଛି। କିନ୍ତୁ ସତ କଣ ଆପଣ ଜାଣନ୍ତୁ। ସାରା ଦେଶ ପାଇଁ ଆୟୁଷ୍ମାନ ଭାରତରେ ବଜେଟ ହେଉଛି ୬୦୦୦ କୋଟି ଟଙ୍କା। ଓଡ଼ିଶା ଭାଗରେ ମାତ୍ର ୩୦୦ କୋଟି ଟଙ୍କା । କିନ୍ତୁ, BSKYରେ ଆମର ବର୍ଷକୁ ଖର୍ଚ୍ଚ ହେଉଛି ୫୦୦୦ କୋଟି ଟଙ୍କା।
ମୁଖ୍ୟମନ୍ତ୍ରୀ ଆମକୁ କାମର ହିସାବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି,
ତାଙ୍କ ନିର୍ଦ୍ଦେଶରେ ମୁ ହିସାବ ଦେଉଛି। ଛତ୍ରପୁର ରେ ୪୨ କୋଟି ଟଙ୍କାର କାମ ଚାଲିଛି। ସୁନ୍ଦରେଶ୍ୱର ମନ୍ଦିର, ମା ରାମଚଣ୍ଡୀ ମନ୍ଦିର ଓ ବଟେଶ୍ୱର୍ ମହାଦେବ ମନ୍ଦିର ପାଇଁ ୫.୨୦ କୋଟି। କଂସାରି ଗଣ୍ଡବନ୍ଧ ୧୫୦ କୋଟି। ଜଗନ୍ନାଥପୁର ଷ୍ଟେସନ ଓ ବ୍ରହ୍ମପୁର ମଧ୍ୟରେ RoB ପାଈଁ ୧୦୦ କୋଟି ଟଙ୍କା। ଛତ୍ରପୁର ରେ ହକି ତାଲିମ କେନ୍ଦ୍ର ପାଇଁ ୧୨ କୋଟି। ବିଜୁ ପଟ୍ଟନାୟକ ସନ୍ତରଣ କେନ୍ଦ୍ର ପାଇଁ ୩.୫୦ ଟଙ୍କା। ଛତ୍ରପୁର, ଗଞ୍ଜାମ ଓ ରଙ୍ଗେଇଲୁଣ୍ଡା ଏହି ତିନୋଟି ବ୍ଲକରେ ପାଇପ ପାଣି ପାଇଁ ୩୬୦ କୋଟି ଟଙ୍କା ର କାମ ଚାଲିଛି।
ଗଞ୍ଜାମରେ ତାଙ୍କ କର୍ମମୟ ଜୀବନର ସମୟକୁ ମନେ ପକାଇ ଭାବ ପ୍ରବଣ ହୋଇ କହିଥିଲେ । ଗଞ୍ଜାମ ବାସି, ବିଶେଷ କରି ଛତ୍ରପୁର ବାସୀଙ୍କ ସ୍ନେହ ଶ୍ରଦ୍ଧା ମୁ କେବେ ଭୁଲି ପାରିବି ନାହିଁ । ଛତ୍ରପୁର ବାସୀ ମୋତେ ପରିବାର ସଦସ୍ୟଙ୍କ ଭଳି ଦେଖନ୍ତି । ସେ କହିଥିଲେ ଯେ ମୋ ଝିଅର ଜନ୍ମ ମାଟି ହେଉଛି ଛତ୍ରପୁର । ମା ତାରା ତାରିଣିଙ୍କ ଆଶୀର୍ବାଦରୁ ସେ ଜନ୍ମ ହୋଇଛି ବୋଲି ମଧ୍ୟ ସେ କହିଥିଲେ।

By SonaliP

Leave a Reply

Your email address will not be published. Required fields are marked *