ହିଞ୍ଜିଳି ପରେ ଆଜି କଣ୍ଟାବାଞ୍ଜିରୁ ନାମାଙ୍କନ ଦାଖଲ କରିବେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ବିଶାଳ ଶୋଭାଯାତ୍ରାରେ ଯାଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଭରିବେ ବୋଲି ଜଣା ପଡ଼ିଛି। ମୁଖ୍ୟମନ୍ତ୍ରୀଙ୍କ ସହ ଟିଟିଲାଗଡ଼ ଆସନରୁ ନାମାଙ୍କନ ଭରିବେ ଟୁକୁନି ସାହୁ ।
ଭୁବନେଶ୍ୱରରୁ ସ୍ୱତନ୍ତ୍ର ବିମାନରେ ଯାଇ ସକାଳ ୧୦ଟା ୨୫ରେ ତୁଷୁରା ଏୟାର ଷ୍ଟ୍ରିପରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ।

ସେଠାରୁ ହେଲିକପ୍ଟର ଯୋଗେ ଟିଟିଲାଗଡ଼ ସିଟି ସ୍କୁଲ ପଡିଆରେ ଓହ୍ଲାଇବା ସହ ସେଠାରୁ ରୋଡ ସୋ ଜରିଆରେ ବ୍ୟାଙ୍କ ଛକ, ଶାସ୍ତ୍ରୀ ଛକ, ବିଜୁ ପଟ୍ଟନାୟକ ଛକ ଦେଇ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନ ଦାଖଲ କରିବେ ନବୀନ ।

ଏହି ଅବସରରେ ବଲାଙ୍ଗିର ଜିଲ୍ଲାର ସମସ୍ତ ବିଧାୟକ ପ୍ରାର୍ଥୀ ଓ ସାଂସଦ ପ୍ରାର୍ଥୀ ଉପସ୍ଥିତ ରହିବେ । ସୁରକ୍ଷା ପାଇଁ ମୁତୟନ ରହିବେ ୧୭ ପ୍ଲାଟୁନ ପୋଲିସ ଫୋର୍ସ। ଏହା ଦଳର ଅନେକ ବିଧାୟକ, ୫ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ ମଧ୍ୟ ଉପସ୍ଥିତ ରହିବେ ବୋଲି ଜଣା ପଡ଼ିଛି।

By Nirvay

Leave a Reply

Your email address will not be published. Required fields are marked *