ନୂଆଦିଲ୍ଲୀ ; ଟିଭି ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଟେଲି ଅଭିନେତ୍ରୀ ଅନୁପମା ତଥା ରୂପାଲି ଗାଙ୍ଗୁଲି ରାଜନୀତିରେ ପ୍ରବେଶ କରିଛନ୍ତି। ସେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିବା ଜଣାପଡ଼ିଛି। ରୂପାଲି ବର୍ତ୍ତମାନ ଅନୁପମା ସିରିଏଲର ଏକ ମୁଖ୍ୟ ଚରିତ୍ରରେ ଅଭିନୟ କରୁଥିବା ବେଳେ ତାଙ୍କ ଲୋକପ୍ରିୟତା ଆକାଶଛୁଆଁ ରହିଥିବା ବେଳେ ସେ ନିଜକୁ ପ୍ରଧାନମନ୍ତ୍ରୀଙ୍କର ଜଣେ ବଡ ଭକ୍ତ ବୋଲି କହିଛନ୍ତି। ରୁପାଲିଙ୍କ ସହ ଫିଲ୍ମ ନିର୍ଦ୍ଦେଶକ ଅମୟ ଯୋଶୀ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି। ଅମୟ ଅନେକ ମରାଠୀ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି। ରୂପାଲି ବିଜେପିର ଦିଲ୍ଲୀ ମୁଖ୍ୟାଳୟରେ ପହଞ୍ଚି ଦଳର ସଦସ୍ୟତା ଗ୍ରହଣ କରିଥିଲେ। ବିଜେପିରେ ସାମିଲ ହୋଇ ଅଭିନେତ୍ରୀ କହିଥିଲେ ଯେ, ଯେତେବେଳେ ମୁଁ ବିକାଶର ଏହି ମହାଯଜ୍ଞକୁ ଦେଖିଲି, ସେତେବେଳେ ମୁଁ ଅନୁଭବ କଲି ଯେ ମୁଁ ମଧ୍ୟ ଏଥିରେ ଭାଗ ନେବା ଉଚିତ୍। ମୁଁ ଆପଣଙ୍କ ଆଶୀର୍ବାଦ ଏବଂ ସମର୍ଥନ ଆବଶ୍ୟକ କରେ। ରୂପାଲିଙ୍କ ପ୍ରଶଂସକମାନେ ଏଥର ତାଙ୍କ ପ୍ରିୟ ଅଭିନେତ୍ରୀଙ୍କୁ ଅଭିନୟ ସହ ରାଜନୀତି ରେ ବି ଦେଖିବାକୁ ପାଇବେ ।

By SonaliP

Leave a Reply

Your email address will not be published. Required fields are marked *