Khalikote MLA Attacked During Flood Situation Review
ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁରରେ ବନ୍ୟା ସ୍ଥିତି ସମୀକ୍ଷା କରିବାକୁ ଯାଇଥିବା ବେଳେ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ରିଲିଫ୍ ବଣ୍ଟନରେ ବିଳମ୍ବ ଓ ସହାୟତା ଅଭାବକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା ।
 
ଉତ୍ତେଜିତ ଲୋକେ ବିଧାୟକଙ୍କୁ ଘେରିବା ସହ ଆକ୍ରମଣ କରିଥିବା ସୂଚନା ମିଳିଛି । ଏହାକୁ ନେଇ ସେଠାରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା ।
 
ପରିସ୍ଥିତି ଅଣାୟତ୍ତ ହେବାରୁ ସୁରକ୍ଷାକର୍ମୀ ଓ ସ୍ଥାନୀୟ ପ୍ରଶାସନ ହସ୍ତକ୍ଷେପ କରି ବିଧାୟକଙ୍କୁ ସୁରକ୍ଷିତ ଭାବେ ସେଠାରୁ ନେଇଯାଇଥିଲେ । ଅସନ୍ତୁଷ୍ଟ ଲୋକଙ୍କୁ ବୁଝାଇବା ସହ ଅଞ୍ଚଳରେ ରିଲିଫ୍ କାର୍ଯ୍ୟର ତଦାରଖ ପାଇଁ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ହସ୍ତକ୍ଷେପ କରିଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *