୨୦୨୦ ପରେ ଦ୍ରୁତ ଅଭିବୃଦ୍ଧି ପଥରେ ଆଗେଇବ ଭାରତ: ଗେଟ୍ସ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ

ମାଇକ୍ରୋସଫ୍ଟର ସହସଂସ୍ଥାପକ ବିଲ୍‌ ଗେଟ୍ସ ଭାରତର ମଜଭୁତ ଆର୍ଥିକ ଭିତ୍ତିଭୂମିକୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ, ଆଗାମୀ ଦଶକରେ ଭାରତ ବେଶ ଦ୍ରୁତବେଗରେ ଅଭିବୃଦ୍ଧି ପଥରେ ଆଗେଇବ ବୋଲି ମୁଁ ବିଶ୍ୱାସ ରଖିଛି । ଭାରତ ଏହି କ୍ଷମତା ରଖିଛି, ଅଧିକରୁ ଅଧିକ ଲୋକେ ଗରିବୀଧାରାରୁ ମୁକୁଳିବା ସହ ସରକାରଙ୍କୁ ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ଅଧିକ ନିବେଶ କରିବାର ସୁଯୋଗ ସୃଷ୍ଟି ହେବ ।
ବର୍ତ୍ତମାନ ଭାରତ ଏକ ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଥିଲାବେଳେ ବିରୋଧୀମାନେ ସରକାରଙ୍କୁ ସମାଲୋଚନା କରିଆସୁଛନ୍ତି । ଏହି ସମୟରେ ବିଶ୍ୱର ଶ୍ରେଷ୍ଠ ଧନୀକ ଗେଟ୍ସଙ୍କ ଏହି ସୂଚନା ବଡ ଆଶ୍ୱସ୍ତି ସୃଷ୍ଟି କରିଛି । ଗେଟ୍ସ କହିଛନ୍ତି ଯେ, ନିକଟ ଭବିଷ୍ୟତ ସଂପର୍କରେ ମୋର ବିଶେଷକିଛି କହିବାର ନାହିଁ, ଏ ସଂପର୍କରେ ବିଶେଷସୂଚନା ମଧ୍ୟ ମୋ ନିକଟରେ ନାହିଁ । ତେବେ ମୁଁ ଏତିକି କହିପାରିବି ଯେ, ଆସନ୍ତା ଦଶକରେ ଭାରତ ଅତି ଦ୍ରୁତ ଅଭିବୃଦ୍ଧି ପଥରେ ଆଗେଇବ । ଏହାଦ୍ୱାରା ସାମାଜିକସ୍ତରରେ ବଡ ପରିବର୍ତ୍ତନ ମଧ୍ୟ ଦେଖାଦେବ । ସମସ୍ତଙ୍କ ଆଶା ଭାରତ ଦ୍ରୁତ ଅଭିବୃଦ୍ଧି ପଥରେ ଆଗକୁ ବଢ଼ିବ । ଏହାର ବଡ କାରଣ ହେଉଛି ଭାରତ ନିକଟରେ ବଡ ସଂଭାବନା ରହିଛି । ଗେଟ୍ସ ମଧ୍ୟ ସରକାରଙ୍କ ଆଧାର ପ୍ରଚଳନ ଏବଂ ୟୁପିଆଇ ମାଧ୍ୟମରେ ପଇଠ ବ୍ୟବସ୍ଥାକୁ ବେଶ୍‌ ପ୍ରଶଂସା କରିଛନ୍ତି । ଏହି ବ୍ୟବସ୍ଥାର ଦାୟିତ୍ୱରେ ଥିନା ନନ୍ଦନ ନିଲେକାନିଙ୍କୁ ପ୍ରଶଂସା କରିବା ସହ ଅନ୍ୟଦେଶମାନେ ଭାରତରୁ ଶିକ୍ଷା ଲାଭ କରିବା ଦରକାର ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ ଯେ, ତିନିଦିନିଆ ଭାରତ ଗସ୍ତରେ ଏବେ ଅଛନ୍ତି ଗେଟ୍ସ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*