ସୁନା ବିକ୍ରି ୩୦ପ୍ରତିଶତ ହ୍ରାସ ପାଇ ୨୫ବର୍ଷରେ ସବୁଠୁ କମ୍‌ ସ୍ତରରେ ରହିପାରେ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ନୂଆଦିଲ୍ଲୀ
କରୋନା ଭାଇରସ୍‌ କାରଣରୁ ଚଳିତ ବର୍ଷ ଦେଶରେ ସୁନା ବିକି୍ର ଗତ ୨୫ବର୍ଷର ସବୁଠୁ କମ୍‌ ରହିପାରେ । ଚଳିତ ବର୍ଷ ବିକି୍ରରେ ୩୦ପ୍ରତିଶତ ହ୍ରାସର ଆଶଙ୍କା କରାଯାଉଛି । ଗତ କିଛି ମାସ ଧରି ସୁନା ମୂଲ୍ୟରେ ବଡ଼ ବୃଦ୍ଧି ବଜାରରେ ସୁନାର ଚାହିଦାକୁ ହ୍ରାସ କରିଥିଲାବେଳେ କରୋନା ଆତଙ୍କ ଏବେ ସୁନା, ରୁପା ବିକି୍ରକୁ ସମ୍ପୂର୍ଣ୍ଣ ପ୍ରଭାବିତ କରିଛି ।
ଅଲଇନ୍ଦିଆ ଜେମ୍ସ ଆନ୍ଦ୍‌ ଜୁଏଲାରୀ ଡୋମେଷ୍ଟିକ୍‌ କାଉନସିଲର ଅଧ୍ୟକ୍ଷ ଏନ୍‌ ଅନନ୍ତା ପଦ୍ମନାଭନ କହିଛନ୍ତି ଯେ, ଗତବର୍ଷ ଦେଶରେ ୬୯୦ଟନ ସୁନା ବିକି୍ର ହୋଇଥିଲା । ହେଲେ ଚଳିତ ବର୍ଷ ଏଥିରେ ୩୦ପ୍ରତିଶତ ହ୍ରାସର ଆଶଙ୍କା କରାଯାଉଛି । ଅର୍ଥାତ୍‌ ବିକି୍ର ୪୮୩ଟନରେ ପହଞ୍ଚôପାରେ । ଯଦି ଏହା ହୁଏ ତେବେ ଗତ ୨୫ବର୍ଷରେ ଏହା ସବୁଠାରୁ କମ୍‌ ବିକି୍ର ହେବ । ୧୯୯୫ରେ ଦେଶରେ ୪୭୭ଟନ୍‌ ସୁନା ବିକି୍ର ହୋଇଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*