ଶିକ୍ଷକ ବଦଳିକୁ ନେଇ ବଢୁଛି ବିବାଦ ମାମଲା ପରେ ମାମଲା ରୁଜୁ, ପିଲାଙ୍କ ଆନ୍ଦୋଳନ ଜାରି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଭଦ୍ରକ

ଭଦ୍ରକ ଜିଲ୍ଲା ସ୍କୁଲରେ ଶିକ୍ଷକ ବଦଳିକୁ ନେଇ ଗତ କିଛି ଦିନ ଧରି ବାଦ ବିବାଦ ବଢିବାରେ ଲାଗିଛି । ଏ ନେଇ ଟାଉନ ଥାନାରେ ପୃଥକ ପୃଥକ ମାମଲା ମଧ୍ୟ ରୁଜୁ ହୋଇଛି । ଅନ୍ୟ ପକ୍ଷରେ ପିଲାମାନଙ୍କ ଆନେ୍ଦାଳନ ଜାରି ରହିଛି । ଏହି ଆନେ୍ଦାଳନ ପ୍ରାୟୋଜିତ ବୋଲି ଆଲୋଚନା ହେଉଛି । ସର୍ବୋପରି ଏହି ଘଟଣାକୁ ନେଇ ବିଦ୍ୟାଳୟର ଶୈକ୍ଷିକ ବାତାବରଣ ବ୍ୟାହତ ହେଉଛି । ଗତ କିଛି ଦିନ ତଳେ ଜିଲ୍ଲା ସ୍କୁଲର ହିନ୍ଦି ଶିକ୍ଷୟିତ୍ରୀ ଜୟନ୍ତୀ କରଶର୍ମାଙ୍କୁ ବଦଳି କରାଯାଇଥିଲା । ଏହି ବଦଳିରେ ଅସନ୍ତୋଷ ବ୍ୟକ୍ତ କରି ତାଙ୍କୁ ବଦଳି କରିବାରେ ବିଦ୍ୟାଳୟର କେତେଜଣ ଶିକ୍ଷକ ଚକ୍ରାନ୍ତ କରିଛନ୍ତି ବୋଲି ଆରୋପ ମଧ୍ୟ କରିଥିଲେ ।
ଆରୋପ ପ୍ରତ୍ୟାରୋପ ମଧ୍ୟରେ ଏହି ମାମଲା ଥାନାକୁ ଯାଇଥିଲା । ପୁଣି ଗତ ୪ ଦିନ ତଳେ ଜିଲ୍ଲା ଶିକ୍ଷାଧିକାରୀ ବିଦ୍ୟାଳୟର ୩ଜଣ ଶିକ୍ଷକ ରତିକାକନ୍ତ ବେହେରା, ଅକ୍ଷୟ ସେଠୀ ଏବଂ ରାଜେନ୍ଦ୍ର ସାହୁଙ୍କୁ ବଦଳି କରିଛନ୍ତି । ଏହି ବଦଳି ପରେ ଗତ ଶନିବାର କେତେକ ଛାତ୍ରଛାତ୍ରୀ ବିଦ୍ୟାଳୟରେ ଆନେ୍ଦାଳନ କରି ଉକ୍ତ ବଦଳି ନିଦେ୍ର୍ଦଶକୁ ବାତିଲ କରି ଶିକ୍ଷକମାନଙ୍କୁ ସେହି ବିଦ୍ୟାଳୟରେ ରଖିବାକୁ ଦାବି କରିଥିଲେ । ଏହି ଆନେ୍ଦାଳନ ପରେ ପୁଣି ହିନ୍ଦି ଶିକ୍ଷୟିତ୍ରୀ ଶ୍ରୀମତୀ କରଶର୍ମା ଉପରୋକ୍ତ ଶିକ୍ଷକ ଏବଂ ଜଣେ ଶିକ୍ଷୟିତ୍ରୀ ପିଲାମାନଙ୍କୁ ତାଙ୍କ ବିରୁଦ୍ଧରେ ମତାଇ ଆନେ୍ଦାଳନ କରୁଛନ୍ତି ଏବଂ ତାଙ୍କୁ ଗାଳିଗୁଲଜ କରି ତାଙ୍କ ସମ୍ମାନ ନଷ୍ଟ କରୁଛନ୍ତି ବୋଲି ଟାଉନ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରିଛି । ଏହା ପରେ ଆଜି ସନ୍ଧ୍ୟାରେ ଶ୍ରୀମତୀ କରଶର୍ମାଙ୍କ ବିରୁଦ୍ଧରେ ମଧ୍ୟ ଥାନାରେ ଅଭିଯୋଗ ହୋଇଛି । ଅପରପକ୍ଷରେ ଶିକ୍ଷକମାନଙ୍କ ବଦଳି ନ କରିବା ଦାବିରେ ଗତ ଶନିବାର କିଛି ଛାତ୍ରଛାତ୍ରୀ ବିଦ୍ୟାଳୟରେ ଆନେ୍ଦାଳନ କରି ଶ୍ରେଣୀ ବର୍ଜନ କରିଥିବା ବେଳେ ମଙ୍ଗଳବାର ମଧ୍ୟ ୬ଷ୍ଠ, ୭ମ ଓ ଅଷ୍ଟମ ଶ୍ରେଣୀ କିଛି ଛାତ୍ରଛାତ୍ରୀ ବିଦ୍ୟାୟକୁ ପାଠ ପଢିବାକୁ ନ ଯାଇ ବିଦ୍ୟାଳୟ ଠାରୁ ଶୋଭାଯାତ୍ରାରେ ଜିଲ୍ଳା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇ ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଜିଲ୍ଲା ଶିକ୍ଷାଧିକାରୀ ଛୁଟିରେ ଥିବା ବେଳ ଅନ୍ୟ କର୍ମଚାରୀମାନେ ସେମାନଙ୍କୁ ବୁଝାଇବାକୁ ଅସମର୍ଥ ହୋଇଥିଲେ । ଘଟଣା ସ୍ଥଳରେ ପୁରୁଣାବଜାର ଥାନା ପୁଲିସ ସହିତ ଜିଲ୍ଲା ସ୍କୁଲର ପ୍ରଧାନ ଶିକ୍ଷକ ଜଗବନ୍ଧୁ ସାହୁ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇ ପିଲାମାନଙ୍କୁ ବୁଝାସୁଝା କରିବା ପରେ ପିଲାମାନେ ଆନେ୍ଦାନରୁ ନିବୃତ୍ତ ହୋଇଥିଲେ । ତେବେ ବିଦ୍ୟାଳୟରେ ଶିକ୍ଷକଙ୍କ ମଧ୍ୟରେ ବାଦ ବିବାଦରେ ଛାତ୍ରଛାତ୍ରୀ ବଳି ପଡୁଛନ୍ତି ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*