ଲକ୍‌ଡାଉନ ଦ୍ୱିତୀୟ ଦିନର ପ୍ରଭାବ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : କଟକ

ଦେଶରେ କରୋନା ଭୂତାଣୁର ସଂକ୍ରମଣରେ ପ୍ରଭାବିତ ସଂକ୍ରମିତ ତଥା ମୂତୁ୍ୟ ବରଣ ସଂଖ୍ୟା ବଢି ବଢି ଚାଲିଛି । ଯାହା‘ଳରେ ଜନସାଧାରଣଙ୍କ ମନରେ ଜୀବନ ପ୍ରତି ଭୟର ଆତଙ୍କ ଖେଳିବାରେ ଲାଗିଛି । ଏହି ମହାମାରୀ ତଥା ସଂକ୍ରମଣ କାରୀ ଭୂତାଣୁର ପ୍ରଭାବରେ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ମନରେ ଭୟ ଦିନକୁଦିନ ବଢିବାରେ ଲାଗିଛି । ଏହାର ପ୍ରଭାବରେ ଜନସମାଜ ପ୍ରତି ବିପଦ କିପରି ନିକଟରୁ ଦେଖା ଯାଉଛି, ତାହାକୁ ଆଖି ଆଗରେ ରଖି ସରକାର ଜନସମାଜ ପାଇଁ ତିନିମାସର ଆଗୁଆ ଦୈନଦିନ ଖାଦ୍ୟପ୍ୟୟ ତଥା ବିଭିନ୍ନ ସରକାରୀ ଯୋଜନାରେ ଦିଆଯାଉଥିବା ଭତା ଆଦିକୁ ଅଗ୍ରୀମ ଆକାରରେ ଦେବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ନିଦେ୍ର୍ଦଶ ଦେଇସାରିଛନ୍ତି ଇତିମଧ୍ୟରେ । ଏହି ମହାମାରୀ ଦାଉରୁ ରକ୍ଷା ପାଇବା ପାଇଁ ଆଜିର ବିଜ୍ଞାନ କିଛି କାମ କରୁନାହିଁ । ଡାକ୍ତରୀ ବିଦ୍ୟା ଏଠାରେ େ‘ଲ ମାରିବାରେ ଲାଗିଛି । କେବଳ ନିଜେ ନିଜକୁ ସତର୍କ ରହିପାରିଲେ ଏହି ଭୂତାଣୁ ଦାଉରୁ କିଛି ପରିମାଣରେ ରକ୍ଷା ମିଳିପାରିବ ବୋଲି ଆଶା କରାଯାଉଛି । ସରକାରୀ ସ୍ତରରେ ପ୍ରତ୍ୟେକଦିନ ଏହା ଉପରେ ଜିଲ୍ଲାର ପ୍ରଶାସନିକ ଅଧିକାରୀ ତଥା ଡାକ୍ତର ମାନଙ୍କୁ ନେଇ ଆଲୋଚନା ଚାଲିଛି କାରଣ ଏପରି ଦୃତମହାମାରୀ ବିପତି ଆଗରୁ ଆମ ଦେଶରେ କେବେ ଦେଖା ଯାଇନଥିଲା ବା ଆମେ ଶୁଣିବାକୁ ପାଇନଥିଲୁ । ଆଜି ଦିନକୁଦିନ କରୋନା ସଂକ୍ରମିତ ସଂଖ୍ୟା ବଢିବାରେ ଲାଗିଚାଲିଛି । ଆମ ରାଜ୍ୟର ଲୋକମାନେ ବାହାରେ ରହି ନିଜ ନିଜର କର୍ମଅନ୍ୱଷଣ, ଶିକ୍ଷା, ବାଣିଜ୍ୟ ତଥା ଅନ୍ୟାନ୍ୟ କାମରେ ଯାଇଥିଲେ ସେମାନେ ଇତିମଧ୍ୟରେ ନିଜକୁ ଏହି ସଂକ୍ରମଣରୁ ରକ୍ଷା ପାଇଁ ନିଜ ରାଜ୍ୟକୁ େ‘ରିବାରେ ଲାଗିଛନ୍ତି । ଯାହାଦ୍ୱାରାକି ଆମ ରାଜ୍ୟ ତଥା କଟକ ସହରର ଏହି ସଂକ୍ରମିତ ସଂଖ୍ୟା ଦିନକୁଦିନ ବଢିବାରେ ଲାଗିଛି । ସେମାନଙ୍କୁ ଚିହ୍ନଟ କରି ସରକାରୀ ସ୍ତରରେ ସ୍ୱତନ୍ତ୍ର ଚିକିତ୍ସା ବ୍ୟବସ୍ଥା କରାଯାଉଛି । କିନ୍ତୁ ଦୁଃଖର ବିଷୟ ପ୍ରତିଷେଧକ ପାଇଁ ଏପର୍ଯ୍ୟନ୍ତ କୈାଣସି ପ୍ରତିକାର ବ୍ୟବସ୍ଥା ଆମଦେଶ ବା ଅନ୍ୟ ଦେଶରେ ବାହାରି ନାହିଁ । ତେଣୁ ଆମ ରାଜ୍ୟ ସରକାର ଆଗୁଆ ଜନସାଧାରଣଙ୍କୁ ଏହି ମହାମାରୀ ଦାଉରୁ ରକ୍ଷାକରିବା ପାଇଁ ଏହି ଲକ୍ଡାଉନ ନିଦେ୍ର୍ଦଶନାମା ଜାରି କରିଛନ୍ତି, ଯାହାକି ଆଜି ଦ୍ୱିତୀୟ ଦିନରେ ପହଁଚିଛି । ଯାହା‘ଳରେ ଜନସାଧାରଣ ସତର୍କମୂଳକ ଅତ୍ୟାବଶ୍ୟକ ପଡିଲେ ମୂଖ୍ୟ ରାସ୍ତାକୁ ବାହାରିବାର ଲକ୍ଷ କରାଯାଉଛି । ଯଦିଓ ଅତ୍ୟାବଶ୍ୟକ ସାମଗ୍ରୀ ଯଥା ଔଷଧ ଦୋକାନ, ତେଜରାତି ଦୋକାନ,ପନିପରିବା ଦୋକାନ ସହିତ ମାଛ,ମାଂସ ଦୋକାନ ଆଦି ଖୋଲା ରଖିବାକୁ ସରକାରୀଭାବେ ଘୋଷଣା କରାଯାଇଛି, କିନ୍ତୁ ଜନସାଧାରଣଙ୍କ ଭିଡ ଏହିସବୁ ଦୋକାନ ମାନଙ୍କରେ ଦେଖିବାକୁ ମିଳିନଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*