ମୋନା ପକ୍ଷରୁ ନିଶା ନିବାରଣ ସଚେତନତା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡ଼ିଆ : ବାଲେଶ୍ୱର

ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ ‘ମୋନା’ ପକ୍ଷରୁ ଜିଲ୍ଲା ଅବକାରୀ ବିଭାଗ ସହଯୋଗରେ ନିଶା ବିରୋଧି ସଚେତନତା କାର୍ଯ୍ୟକ୍ରମ ବଡ଼କିଆ ସଂସ୍କୃତ ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା । ମୁଖ୍ୟଅତିଥି ଭାବେ ବାଲେଶ୍ୱର ଉପଜିଲ୍ଲାପାଳ ନୀଲୁ ମହାପାତ୍ର ଏଥିରେ ଯୋଗଦେଇ ନିଶାର ଭୟାବହତା ସମ୍ପର୍କରେ ଉଦାହରଣ ସହ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ । ମୁଖ୍ୟବକ୍ତା ଭାବେ ଛାତିରୋଗ ଡାକ୍ତର ମନୋରଞ୍ଜନ ପାଣିଗ୍ରାହୀ ଯୋଗଦେଇ ନିଶା କିପରି ମଣିଷର ଶରୀରକୁ ନଷ୍ଟ କରିଥାଏ କହିଥିଲେ । ‘ମୋନା’ର କୋଷାଧ୍ୟକ୍ଷ ଡ. କ୍ଷିତୀଶ୍ୱର ଦାଶ, ବିଶ୍ୱହିନ୍ଦୁ ପରିଷଦର ରାଜ୍ୟ ପ୍ରଭାରୀ ଗୌରୀ କୁମାର ରଥ ଓ ‘ମୋନା’ର ସଦସ୍ୟ ପ୍ରଫୁଲ୍ଲ କୁମାର ଦାସ ପ୍ରମୁଖ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନିଜ ବକ୍ତବ୍ୟରେ ନିଶାମୁକ୍ତ ସମାଜ ନିର୍ମାଣ ପାଇଁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । ସଂଗଠନର ସଭାପତି ଆଇନ୍ଜୀବୀ ପ୍ରଭାକର ସାହୁ ଏଥିରେ ସଭାପତିତ୍ୱ କରିଥିଲେ । ‘ମୋନା’ର ଉପଦେଷ୍ଟା ସୁବ୍ରତ କର ଶିବିର ଆୟୋଜନର ଆଭିମୁଖ୍ୟ ସମ୍ପର୍କରେ ସ୍ପଷ୍ଟ କରିଥିଲେ । ସାଧାରଣ ସମ୍ପାଦିକା ମମତା ମାହାପାତ୍ର ଅତିଥି ପରିଚୟ ପ୍ରଦାନ ସହ ନିଶାମୁକ୍ତ ସମାଜ ଗଠନ ଉପରେ ଗୁରୁତ୍ୱାରୋପ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*