ବିକ୍ରମ ସହ ସଂପର୍କ ସ୍ଥାପନ କରିପାରିଲାନି ଇସ୍ରୋ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ: ନୂଆଦିଲ୍ଲୀ

ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ଚନ୍ଦ୍ରାୟାନ-୨ ଅଭିଯାନ ଅନ୍ତର୍ଗତ ବିକ୍ରମ ଲ୍ୟାନ୍ଦରକୁ ଚନ୍ଦ୍ରପୃଷ୍ଠରେ ସଫ୍ଟଲ୍ୟାନ୍ଦିଂ କରାଇବାରୁ ଅଳ୍ପକେ ବିଚୁ୍ୟତ ହୋଇଯାଇଥିଲା । ପରେ ବିକ୍ରମ ଚନ୍ଦ୍ରପୃଷ୍ଠରେ ହାର୍ଡ ଲ୍ୟାନ୍ଦିଂ କରିଥିବା ଜଣାପଡିଥିଲା । ଏହାପରଠାରୁ ବିକ୍ରମ ସହ ଲଗାତାର ସଂପର୍କ ସ୍ଥାପନ ପାଇଁ ଚେଷ୍ଟା କରିଥିଲା ଇସ୍ରୋ । ଏହି କାର୍ଯ୍ୟରେ ନାସା ମଧ୍ୟ ସାହାଯ୍ୟ କରିବାକୁ ଆଗେଇ ଆସିଥିଲା । ଇତିମଧ୍ୟରେ ଚନ୍ଦ୍ରପୃଷ୍ଠରେ ପହଞ୍ଚô ଯେଉଁ ୧୪ ଦିନ ବିକ୍ରମ ବିଭିନ୍ନ ତଥ୍ୟ ପ୍ରେରଣ କରିଥାନ୍ତା, ତାହାର ସମୟ ଶେଷ ହୋଇଯାଇଛି । ସେପ୍ଟେମ୍ବର ୨୧, ବିକ୍ରମ ସହ ସଂପର୍କ ସ୍ଥାପନର ଶେଷ ଦିନ ଥିଲା । ଆଉ ଶେଷ ଦିନରେ ମଧ୍ୟ ଇସ୍ରୋ ଅବା ନାସା କେହିହେଲେ ଲ୍ୟାନ୍ଦର ସହ ସଂପର୍କ ସ୍ଥାପନରେ ସକ୍ଷମ ହୋଇନାହାନ୍ତି । ଚନ୍ଦ୍ରରେ ଏବେ ରାତି ହୋଇଯାଇଥିବାରୁ ଏବେ ଲ୍ୟାନ୍ଦର ସହ ଆଉ କୌଣସି ସଂପର୍କ ସ୍ଥାପନ ହୋଇପାରିବ ନାହିଁ । ଚନ୍ଦ୍ରପୃଷ୍ଠର ଗୋଟିଏ ଦିନ ପୃଥିବୀର ୧୪ ଦିନ ସଙ୍ଗେ ସମାନ । ଆର୍ଥାତ୍‌ ସେପ୍ଟେମ୍ବର ୭ ରୁ ୨୧ ମଧ୍ୟରେ ଚନ୍ଦ୍ରରେ ଥିବା ଦିନ ଶନିବାର ଶେଷ ହୋଇଯାଇଛି । ଏହାସହ ଲ୍ୟାନ୍ଦର ସହ ସଂପର୍କ ସ୍ଥାପନର ସବୁ ଆଶା ପ୍ରାୟ ଶେଷ ହୋଇଯାଇଛି ।
ଶନିବାର ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ଅଧ୍ୟକ୍ଷ କେ ଶିବନ ମଧ୍ୟ ଏହି ସୂଚନା ଦେଇଛନ୍ତି । “ଚନ୍ଦ୍ରାୟାନ-୨ ଅଭିଯାନରେ ଆମେ ୯୮ ପ୍ରତିଶତ ସଫଳତା ଲୋଭିଛୁ, ହେଲେ ଗତ ୧୪ ଦିନ ମଧ୍ୟରେ ଆମେ ଚନ୍ଦ୍ରପୃଷ୍ଠରେ ହାର୍ଡଲ୍ୟାନ୍ଦିଂ କରିଥିବା ଲ୍ୟାନ୍ଦର ‘ବିକ୍ରମ’ ସହ କୌଣସି ସଂପର୍କ ସ୍ଥାପନରେ ସକ୍ଷମ ହୋଇନୁ” ବୋଲି ଶନିବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଶିବନ । ଏବେ ଆମର ପରବର୍ତ୍ତୀ ପ୍ରାଥମିକତା ହେଉଛି ‘ଗଗନାୟାନ’ ଅଭିଯାନ ବୋଲି ସେ ଭୁବନେଶ୍ୱରଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ କହିଛନ୍ତି ।
ସୂଚନା ଅନୁସାରେ, ଶନିବାରଠାରୁ ଚନ୍ଦ୍ରରେ ରାତି ପ୍ରବେଶ କରିଛି । ଏହି ସମୟରେ ଚନ୍ଦ୍ରପୃଷ୍ଠର ତାପମାତ୍ରା ମାଇନସ୍‌ ୧୮୦ ଡିଗ୍ରୀ ସେଲସିୟସକୁ ଖସିଯିବ । ଆଉ ଲ୍ୟାନ୍ଦର ବିକ୍ରମ ମାଇନସ୍‌ ୧୮୦ ଡିଗ୍ରୀ ତାପମାତ୍ରା ମଧ୍ୟରେ ଠିକ୍‌ ରହିବା ଆଦୌ ସମ୍ଭବ ନୁହେଁ । ବିକ୍ରମକୁ ୧୪ ଦିନ କାର୍ଯ୍ୟ କରିବା ସକାଶେ ଯେତିକି ଏନର୍ଜି ଦରକାର ଥିଲା, ତାହା ଶେଷ ହୋଇଯାଇଛି । ତେଣୁ ଏହାକୁ ରିଚାର୍ଜ କରିବାର କୌଣସି ଉପାୟ ମଧ୍ୟ ନାହିଁ । ତେଣୁ ଏବେ ଚନ୍ଦ୍ରରେ ପୁନଃ ଦିନ ହେବାକୁ ଅପେକ୍ଷା କରାଯିବ । ଆସନ୍ତା ଅକ୍ଟୋବର ୭ରୁ ୨୦ ପର୍ଯ୍ୟନ୍ତ ଚନ୍ଦ୍ରପୃଷ୍ଠରୁ ରାତି ହଟିବ ଏବଂ ଦିନ ରହିବ । ତେଣୁ ଇସ୍ରୋ ଏହା ସହ ଅକ୍ଟୋବର ୧୪ ବେଳକୁ ସଂପର୍କ ସ୍ଥାପନ କରିବାକୁ ପୁଣି ଚେଷ୍ଟା କରିବ ବୋଲି ଜଣଶପଡିଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*