ଦିଲ୍ଲୀରେ ପହଞ୍ଚିଲା ମହାରାଷ୍ଟ୍ର କ୍ଷମତା ଲଢେଇ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ନୂଆଦିଲ୍ଲୀ

ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ଚାଲିଥିବା ଟଣାଉଟରା ଶେଷ ହେଉନଥିବାବେଳେ ସୋମବାର ରାଜ୍ୟର ପ୍ରମୁଖ ଦଳଗୁଡିକର ନେତମାନେ ଦିଲ୍ଲୀରେ ପହଞ୍ଚିଥିବା ଦେଖାଯାଇଥିଲା । ଭାଜପା, କଂଗ୍ରେସ ଏବଂ ରାକପା ନେତାମାନେ ଆଜି ଦିଲ୍ଲୀରେ ଉଚ୍ଚସ୍ତରୀୟ ବୈଠକରେ ସାମିଲ୍‌ ହୋଇ ମହାରାଷ୍ଟ୍ରରେ ସରକାର ଗଠନର ବିଭିନ୍ନ ଫର୍ମୁଲା ଉପରେ ବିଚାରବିମର୍ଶ କରିଛନ୍ତି । ଏହି କ୍ରମରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍‌ ଆଜି ଦିଲ୍ଲାରେ ଭାଜପା ଅଧ୍ୟକ୍ଷ ଅଭିତ୍‌ ଶାହାଙ୍କୁ ଭେଟିଥିବାବେଳେ ରାକପା ମୁଖ୍ୟ ଶରଦ ପାୱାର କଂଗ୍ରେସର ମଧ୍ୟବର୍ତ୍ତୀକାଳୀନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିଛନ୍ତି ।
ଶାହାଙ୍କ ସହ ଫଡନାଭିସ୍‌ଙ୍କ ବୈଠକ ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ରାଜ୍ୟରେ ଖୁବଶୀଘ୍ର ସରକାର ଗଢାଯିବା ନେଇ ଦୃଢୋକ୍ତି ପ୍ରକାଶ କରିଥିଲେ । ହେଲେ ବୈଠକରେ କ’ଣ ସବୁ ଆଲୋଚନା ହେଲା ସେ କିଛି କହିନଥିଲେ । ରିପୋର୍ଟ ଅନୁଯାୟୀ ଏହି ବୈଠକରେ ଫଡନାଭିସ୍‌, ଶିବସେନା କିପରି ୫୦-୫୦ ଫର୍ମୁଲା ନେଇ ଅଡିବସିଛି ତାହା ଶାହାଙ୍କୁ ଅଗବତ କରାଇଥିଲେ । ଏହାଛଡା ଅଦିନରେ ବର୍ଷା କାରଣରୁ ମହାରାଷ୍ଟ୍ରରେ ପ୍ରଭାବିତ ଚାଷୀଙ୍କୁ ଜାତୀୟ ବିପର୍ଯ୍ୟୟ ରିଲିଫ୍‌ ପାଣ୍ଠିରୁ ସହାୟତା ଦିଆଯିବା ବିଷୟ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଅପରପକ୍ଷରେ ଦିଲ୍ଲା ଭାଜପା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଦଳ କୌଣସି ପରିସ୍ଥିତିରେ ମୁଖ୍ୟମନ୍ତ୍ରୀ ପଦ ନେଇ ଶିବସେନା ସହ ସାଲିସ୍‌ କରିପାରିବ ନାହିଁ । ଅବଶ୍ୟ ବିଭାଗ ବଣ୍ଟନ ନେଇ ଆଲୋଚନା କରିବାକୁ ଶିବସେନା ପାଇଁ ଦ୍ୱାର ଖୋଲା ରଖିଛି ଭାଜପା ।
ଅନ୍ୟପକ୍ଷରେ ସୋନିଆଙ୍କୁ ତାଙ୍କ ବାସଭବନଠାରେ ରାକପା ଅଧ୍ୟକ୍ଷ ଶରଦ ପାୱାର ସାକ୍ଷାତ କରିଛନ୍ତି । ସେ ସୋନିଆଙ୍କୁ ମହାରାଷ୍ଟ୍ର ସ୍ଥିତି ବିଷୟରେ ଅବଗତ କରାଇଥିଲେ ବୋଲି ନିଜେ ପାୱାର ବୈଠକ ପରେ ଗଣମାଧ୍ୟମକୁ କହିଥିଲେ । ଆଗକୁ ଉଭୟ ପୁଣିଥରେ ସାକ୍ଷାତ କରିବେ ବୋଲି ସେ କହିଥିଲେ । ହେଲେ ସୋନିଆ-ପାୱାର ସାକ୍ଷାତକୁ ନେଇ ପୂର୍ବରୁ ଯେଉଁପ୍ରକାର ଚର୍ଚ୍ଚା ହେଉଥିଲା, ତାହା ଭୁଲ୍‌ ପ୍ରମାଣିତ ହୋଇଛି । କୁହାଯାଉଥିଲା ଯେ, ଏହି ସାକ୍ଷାତ ପରେ କଂଗ୍ରେସ ଏବଂ ରାକପା ନିଜର କାର୍ଡ ଖୋଲିପାରନ୍ତି । ହେଲେ ଆଜି ସେପରି କିଛି ହେବାର ଦେଖାଯାଇନଥିଲା । ପାୱାରଙ୍କୁ ଯେତେବେଳେ ଗଣମାଧ୍ୟମ ପ୍ରତିନିଧି ସରକାର ଗଡନ ନେଇ ପ୍ରଶ୍ନ କରିଥିଲେ, ସେତେବେଳେ ସେ ଏହାର ଉତ୍ତରଦାୟିତ୍ୱ ଭାଜପା ଏବଂ ଶିବସେନାର ଅଟେ ବୋଲି ସେ କହିଥିଲେ । ଭାଜପା ଏବଂ ଶିବସେନା ପାଖରେ ସରକାର ଗଠନ ପାଇଁ ଆବଶ୍ୟକୀୟ ସଂଖ୍ୟା ରହିଛି, ତେଣୁ ସରକାର ଗଠନ ସେମାନେ କରନ୍ତୁ ବୋଲି ସେ କହିଥିଲେ । ସେହିପରି ସଂଜୟ ରାଉତଙ୍କୁ ସେ ଭେଟିବା ପ୍ରସଙ୍ଗ ଉପରେ ପାୱାର କହିଥିଲେ ଯେ, ରାଜ୍ୟସଭାରେ ସଞ୍ଜୟ ମୋର ସହଯୋଗୀ ଅଟନ୍ତି, ଯେଉଁଥିପାଇଁ ତାଙ୍କ ସହ ସାକ୍ଷାତ ହୋଇଥାଏ । ସେ ଏପର୍ଯ୍ୟନ୍ତ ସରକାର ଗଠନ ନେଇ କାହା ସଙ୍ଗରେ କିଛି ବି ଆଲୋଚନା କରିନାହାନ୍ତି ବୋଲି କହିଥିଲେ ।
ଶିବସେନା ନେତା ସଂଜୟ ରାଉତ ଏବଂ ରାମଦାସ କଦମ ମଧ୍ୟ ସୋମବାର ରାଜ୍ୟପାଳ ଭଗତ ସିଂହ କୋଶୟାରୀଙ୍କୁ ଭେଟିଥିଲେ । ଏହାପରେ ରାଉତ ଗଣମାଧ୍ୟମକୁ କହିଥିଲେ ଯେ, ସେମାନେ ମହାରାଷ୍ଟ୍ର ରାଜ୍ୟପାଳଙ୍କୁ ରାଜ୍ୟରେ ସରକାର ଗଠନ ନହୋଇପାରିବା ନେଇ ଶିବସେନା ଦାୟୀ ନଥିବା ବିଷୟରେ ଅବଗତ କରାଇଥିଲେ । ସେମାନେ ଏହା ମଧ୍ୟ ସ୍ପଷ୍ଟ କରିଥିଲେ ଯେ, ଯାହା ପାଖରେ ବହୁମତ ଅଛି, ସେ ସରକାର ବନାଉ ଏବଂ ଶିବସେନା କେବେବି କାହାର ସରକାର ବନାଇବାର ରାସ୍ତାରେ ବାଧକ ସାଜିବ ନାହିଁ । ଏହା ପୂର୍ବରୁ ସଂଜୟ ରାଉତ୍‌ ଭାଜପା ଉପରେ ବିଧାୟକଙ୍କ ସମର୍ଥନ ହାସଲ ନିମନ୍ତେ ସରକାରୀ ସଂସ୍ଥା ଏବଂ ଅପରାଧୀଙ୍କୁ ଭାଜପା ବ୍ୟବହାର କରୁଛି ବୋଲି ଆରୋପ ଲଗାଇଥିଲେ । ସେ କହିଥିଲେ, ଆମ ନିକଟରେ ୧୭୦ ବିଧାୟକଙ୍କ ସମର୍ଥନ ରହିଛି ଏବଂ ମୁଖ୍ୟମନ୍ତ୍ରୀ ଶିବସେନାର ହିଁ ହେବେ ।
କେନ୍ଦ୍ର ମନ୍ତ୍ରୀ ଏବଂ ଆରପିଆଇ ନେତା ରାମଦାସ ଅଠାବଲେ କହିଛନ୍ତି ଯେ, ଯଦି ନଭେମ୍ବର ୭ ସୁଦ୍ଧା ସରକାର ଗଠନର ଦାବି ଉପସ୍ଥାପନ ନକରାଗଲା, ତେବେ ରାଜ୍ୟପାଳ ନିଜପଟୁ ଏନେଇ ପଦକ୍ଷେପ ଗ୍ରହଣ କରନ୍ତୁ । ସେହିପରି ଏଆଇଏମଆଇଏମ ନେତା ଅସଦ୍ଦୁଦିନ ଓବେସୀ, ଏକାଠି ନିର୍ବାଚନ ଲଢିବା ପରେ ଏବେ ଭାଜପା-ଶିବସେନା ୫୦-୫୦ ଖେଳ ଖେଳୁଛନ୍ତି ବୋଲି କହିଛନ୍ତି । ଅଦିନିଆ ବର୍ଷାରେ ଚାଷୀ ଅବସ୍ଥା ବେହାଲ ଥିବାବେଳେ ରାଜ୍ୟରେ ସରକାର ଗଠନ ନେଇ ଖେଳ ଚାଲୁଛି ବୋଲି ଓବେସୀ କହିଛନ୍ତି ।

ନୂଆଦିଲ୍ଲୀ

Be the first to comment

Leave a Reply

Your email address will not be published.

*