ଡାକ୍ତର ହରିଶ ଚନ୍ଦ୍ର ମହାନ୍ତିଙ୍କ ପରଲୋକ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : କଟକ

ବିଶିଷ୍ଟ ଜନସେବୀ ଆଧ୍ୟାତ୍ମିକ ଚିକିତ୍ସକ ଚର୍ମରୋଗ ବିଶେଷଜ୍ଞ ପ୍ରଫେସର ଡାକ୍ତର ହରିଶ ଚନ୍ଦ୍ର ମହାନ୍ତିଙ୍କର ୮୭ବର୍ଷ ବୟସରେ କଟକ ମହତାବ ରୋଡ଼ ବାସଭବନରେ ପରଲୋକ ହୋଇଛି । ୧୯୩୩ ମସିହାରେ ସାଲେପୁର ସନ୍ନିକଟ କୁସୁପୁରୁ ଗ୍ରାମର ପିତା ଆନନ୍ଦ୍ର ଚନ୍ଦ୍ର ମହାନ୍ତିଙ୍କ ପୁତ୍ର ଭାବେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ କର୍ମମୟ ଜୀବନର ୧୯୭୨ରୁ ୧୯୯୧ ପର୍ଯ୍ୟନ୍ତ ସେ କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜର ସେ ପ୍ରଫେସର ଥିଲେ । ଉଲ୍ଲେଖନୀୟ ରକ୍ତଦାନ ପାଇଁ ରାଜ୍ୟପାଳଙ୍କ ସମ୍ମାନ ପ୍ରାପ୍ତ ହେବା ସହ ଶ୍ରୀ ସତ୍ୟସାଇ ସେବା ସଙ୍ଗଠନ କେନ୍ଦ୍ରୀୟନ୍ୟାସ ଓ ରାଜ୍ୟ ସଙ୍ଗଠନ ଠାରୁ ମଧ୍ୟ ସେ ସମ୍ବର୍ଦ୍ଧିତ ହୋଇଥିଲେ । ଢ଼େଙ୍କାନାଳ କିଙ୍ଗୋଳସ୍ଥିତ ଶ୍ରୀ ସତ୍ୟସାଇ ବିଦ୍ୟାଳୟରେ ପ୍ରେକ୍ଷାଳୟ ଗଢ଼ିବା ସହ ତାଙ୍କରି ପ୍ରଚେଷ୍ଟାରେ ୧୯୮୩ ମସିହା ପବିତ୍ର ଗୁରୁପୂର୍ଣ୍ଣିମାରେ କଳାବିକାଶ କେନ୍ଦ୍ର ମାର୍ଗସ୍ଥିତ ସାଇ ମନ୍ଦିର ପରିସରରେ ସତ୍ୟସାଇ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା । ଗୁଣୁପୁର ସେବାକେନ୍ଦ୍ର, ଯୋବ୍ରା ସତ୍ୟସାଇ ସେବାକେନ୍ଦ୍ର, କଟକ ସମିତି ଓ ଭୁବନେଶ୍ୱରସ୍ଥିତ ଜନନୀୟ ପ୍ରେକ୍ଷାଳୟ ଗଠନରେ ତାଙ୍କର ଅବାଦନ ଥିଲା । ତାଙ୍କ ପରଲୋକ ସମୟରେ ଭାଇ କ୍ଷୀରୋଦ ଚନ୍ଦ୍ର ମହାନ୍ତି, ପୁଅ ସୌମିତ୍ର, ସଂଜୟ, ସନ୍ଦୀପ, ବୋହୂ ସୁଜାତା, ବନ୍ଦିତା, ଶ୍ରୀ, ସହାୟକ ରାଜୁ, ଅଭୟ, ବିମଳା ଉପସ୍ଥିତ ଥିଲେ । ତାଙ୍କ ପରଲୋକରେ ଶ୍ରୀସତ୍ୟସାଇ ସେବା ସଙ୍ଗଠନର ରାଜ୍ୟ ସଭାପତି ନାରାୟଣ ପ୍ରସାଦ ସର, ଉପସଭାପତି ଡାକ୍ତର ସତ୍ୟସ୍ୱରୂପ ପଟ୍ଟନାୟକ, ଟ୍ରଷ୍ଟ କନ୍ଭେନର ଅନ୍ତର୍ଯ୍ୟାମୀ ପଟ୍ଟନାୟକ, ବୁକ୍ଟ୍ରଷ୍ଟର ଆବାହକ ବିଜୟ ପୃଷ୍ଟି, ସାଇ ପ୍ରବକ୍ତା ଇଂ.ସଚ୍ଚିଦାନନ୍ଦ ନନ୍ଦ, ସୁରେନ୍ଦ୍ର ନାଥ ଭୂୟାଁ, ସଚ୍ଚିଦାନନ୍ଦ ନାୟକ, ଅଶୋକ କୁମାର ହୋତା, ଡାକ୍ତର ମହାନ୍ତିଙ୍କ ଛାତ୍ର ବିଶିଷ୍ଟ ଲିଭର ବିଶେଷଜ୍ଞ ପ୍ରଫେସର ଡାକ୍ତର ଉମେଶ ଚନ୍ଦ୍ର ପାତ୍ର, ଡାକ୍ତର ବିନୋଦିନୀ ବେହେରା, ଡାକ୍ତର ନୀଳମାଧବ ପୃଷ୍ଟି, ସାଇ ଉଦ୍ୟୋଗର ସୁମନ୍ତ କୁମାର ଭୂୟାଁ, ଦିଲ୍ଲୀପ କୁମାର ମହାରଣା, ଶ୍ୟାମସୁନ୍ଦର ସାମଲ, ସଞ୍ଜୀବ କୁମାର ମହାନ୍ତି ପ୍ରମୁଖ ଶୋକବ୍ୟକ୍ତ କରିଛନ୍ତି । ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଡାକ୍ତର, ସ୍ଥାନୀୟ ଜନସାଧାରଣଙ୍କ ସମେତ ଶ୍ରୀ ସତ୍ୟସାଇ ସେବା ସମିତି କଟକ ଓ ଶ୍ରୀ ସତ୍ୟସାଇ ବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ କର୍ମକର୍ତ୍ତା ଓ ସାଇ ଆଶ୍ରିତମାନେ ଡାକ୍ତର ହରିଶ ଚନ୍ଦ୍ର ମହାନ୍ତିଙ୍କର ଶେଷ ଦର୍ଶନ କରିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*