ବିଜେଡିକୁ ଟାର୍ଗେଟ୍ କଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ। ଆଜି କୋରାପୁଟ ଜିଲ୍ଲା କୁନ୍ଦ୍ରାରେ ବିଜେପି ପାଇଁ ନିର୍ବାଚନ ପ୍ରଚାର କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଛତିଶଗଡ଼ର ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି ଯେ ବିଜେଡି ଆଦିବାସୀଙ୍କୁ କେବଳ ଭୋଟ ବ୍ୟାଙ୍କ ଭାବେ ଦେଖୁଛି ବିକାଶ କରୁନି। ଡବଲ ଇଞ୍ଜିନ ସରକାର ହେଲେ ଆଦିବାସୀଙ୍କ ବିକାଶ ହେବ, ଆବାସ ଯୋଜନା ଉପଯୁକ୍ତ ହିତାଧିକାରୀଙ୍କୁ ମିଳିବ, ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହେବ। ଏଥର ନିଶ୍ଚୟ ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ହେବ,ବିଜେପି ଜିତିବ।

 

By Nirvay

Leave a Reply

Your email address will not be published. Required fields are marked *