ଚାଷୀ ଆନ୍ଦୋଳନ ପ୍ରତ୍ୟାହୃତ ଶୁକ୍ରବାରଠାରୁ ୪୯ମଣ୍ଡିରେ ଧାନ ବିକ୍ରି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଭୁବନେଶ୍ୱର

ରାଜ୍ୟ ସରକାର ନଭେମ୍ବର ୧୫ରୁ ଧାନ ବିକ୍ରି ପାଇଁ ମଣ୍ଡି ଖୋଲିବାକୁ ଘୋଷଣା କରିଥିଲେ ମଧ୍ୟ ଏହା ସମ୍ଭବ ହୋଇନାହିଁ । ସରକାରଙ୍କ ଟୋକନ ବ୍ୟବସ୍ଥାକୁ ବିରୋଧ କରି ଚାଷୀଙ୍କ ଆନ୍ଦୋଳନ ଫଳରେ ଏପରି ଅଚଳାବସ୍ଥା ଦେଖାଦେଇଥିଲା । ବରଗଡ଼ ଭଳି ଜଳସେଚିତ ଜିଲ୍ଲାରେ ଆନ୍ଦୋଳନ ଆରମ୍ଭ ହୋଇ ସମଗ୍ର ପଶ୍ଚିମ ଓଡ଼ିଶାରେ ଏହା ଉଗ୍ରରୂପ ନେଇଥିଲା । ସମ୍ବଲପୁର ବୁର୍ଲା ମଧ୍ୟବର୍ତ୍ତୀ ଜାତୀୟ ରାଜପଥକୁ ବରେହିପାଣି ଠାରେ ଚାଷୀମାନେ ଅବରୋଧ କରିବାରୁ ଗୁରୁବାର ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା ।
ଗତ ୪ଦିନ ଧରି ଆନ୍ଦୋଳନ ଚଳାଇଥିବା ପଶ୍ଚିମ ଓଡ଼ିଶାର ସମ୍ବଲପୁର, ବରଗଡ଼, ସୋନପୁର, ବଲାଙ୍ଗିର, ବୌଦ୍ଧ, ନୂଆପଡ଼ା ଜିଲ୍ଲାର ଚାଷୀମାନେ ଧାନ ବିକ୍ରି କରିପାରୁନଥିବାରୁ ଆନ୍ଦୋଳନ କରୁଛନ୍ତି । ସରକାରଙ୍କ ନୂଆ ନିୟମରେ ଟୋକନ ବ୍ୟବସ୍ଥାକୁ ବିରୋଧ କରି ଏହି ଆନ୍ଦୋଳନ ଚଳାଇଛନ୍ତି । ଟୋକନ ଥାଉ କିମ୍ବା ନଥାଉ ଧାନ ବିକ୍ରି କରିବାକୁ ଚାଷୀଙ୍କୁ ସୁଯୋଗ ଦେବା ନିମନ୍ତେ ଜିଦ୍‌ ଧରି ଜାତୀୟ ରାଜପଥ ଅବରୋଧ କରିଥିଲେ । ଟ୍ରାକ୍ଟରରେ ଧାନ ଲଦି ଜାତୀୟ ରାଜପଥ ଅବରୋଧ କରିବାରୁ ଉଭୟ ପାର୍ଶ୍ୱରେ ହଜାର ହଜାର ଗାଡି ଅଟକି ଯାଇଥିଲା । ପରିସ୍ଥିତି ନିୟନ୍ତ୍ରଣ ପାଇଁ ଜିଲ୍ଲା ପୁଲିସ ପ୍ରଶାସନର ଆଲୋଚନା ବିଫଳ ହେବା ପରେ ଗୁରୁବାରେ ସରକାରଙ୍କ ପ୍ରତିନିଧିଭାବେ ମନ୍ତ୍ରୀ ସୁଶାନ୍ତ ସିଂ, ମୁଖ୍ୟ ସଚେତକ ରୋହିତ ପୂଜାରୀ ଆନ୍ଦୋଳନ ସ୍ଥଳୀରେ ପହଞ୍ଚି ଚାଷୀଙ୍କ ସହ ଆଲୋଚନା କରିଥିଲେ । ଦାବି ପୂରଣ ପାଇଁ ଚାଷୀଙ୍କ ସର୍ତ୍ତକୁ ମାନି ନେଇଥିଲେ । ଚାଷୀଙ୍କ ବିଭିନ୍ନ ପ୍ରକାର ଦାବି ଉପରେ ବିଭାଗୀୟ ମନ୍ତ୍ରୀ ଓ ସଚିବଙ୍କ ସହ ଆଲୋଚନା କରି ଦାବି ପୂରଣ କରାଯିବ । ଶୁକ୍ରବାର ଠାରୁ ୪୯ଟି ମଣ୍ଡିରେ ଚାଷୀମାନେ ଧାନ ବିକ୍ରି କରିପାରିବେ । ଟୋକନ ନଥାଇ ଧାନ ବିକ୍ରି କରିବାକୁ ଯେଉଁ ଚାଷୀ ଆସିବେ ସେମାନଙ୍କଠାରୁ ଧାନ କିଣାଯିବ । ଅଧିକ ଧାନ ଅମଳ କରିଥିବା ଚାଷୀଙ୍କ ଠାରୁ କିଣି ନେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଫସିଆଇ ଉପରେ ଚାପ ପକାଇବେ ବୋଲି ଚାଷୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ରାଜ୍ୟସ୍ତରୀୟ ଟୋକନ ବ୍ୟବସ୍ଥା ସହିତ ସାମୁହିକ ବିନା ଟୋକନରେ ଚାଷୀମାନେ ଧାନ ବିକ୍ରି କରିପାରିବେ ବୋଲି ପ୍ରତିଶ୍ରୁତି ଦେବା ପରେ ଚାଷୀ ଆନ୍ଦୋଳନକୁ ପ୍ରତ୍ୟାହାର କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*