ଘୋଷଣା ଖୁବ୍‌ଶୀଘ୍ର, ଅମିତଙ୍କ ସହ ସରିଛି ଆଲୋଚନା : ଉଦ୍ଧବ | ବାଲା ସାହେବ କହିଥିଲେ… ଦିନେ ନା ଦିନେ ଶିବସେନାର ମୁଖ୍ୟମନ୍ତ୍ରୀ ହେବ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ମୁମ୍ବାଇ
ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଭାଜପା ଓ ଶିବସେନା ମଧ୍ୟରେ ଏକପ୍ରକାର ଆସନ ବୁଝାମଣା ଚୂଡାନ୍ତ ହୋଇଥିଲେ ମଧ୍ୟ ଏହାର ଔପଚାରିକ ଘୋଷଣା ହୋଇନାହିଁ । ଆସନ୍ତା ୨୪ ରୁ ୪୮ଘଣ୍ଟା ମଧ୍ୟରେ ଏହି ଘୋଷଣା କରାଯିବ, ଆସନ ବୁଝାମଣା ନେଇ ଅମିତ ଶାହାଙ୍କ ସହ ଚୂଡାନ୍ତ ପର୍ଯ୍ୟାୟ ଆଲୋଚନା ଶେଷ ହୋଇଛି ବୋଲି କହିଛନ୍ତି ଶିବସେନା ମୁଖିଆ ଉଦ୍ଦବ ଠାକରେ ।
ଶନିବାରେ ପୁଣେରେ କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରି ଉଦ୍ଦବ କହିଛନ୍ତି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସଙ୍କ ସହ ଆସନ ବୁଝାମଣା ନେଇ କଥା ସରିଛି । ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ସହ ମଧ୍ୟ ଆଲୋଚନା ହୋଇଛି । ଏହି ଘୋଷଣା ଖୁବ୍‌ଶୀଘ୍ର କରାଯିବ । କର୍ମକର୍ତ୍ତାଙ୍କୁ ଏହି ସୂଚନା ଦେବା ସମୟରେ ଉଦ୍ଧବ ମୁଖ୍ୟମନ୍ତ୍ରୀଙ୍କୁ କଟାକ୍ଷ ମଧ୍ୟ କରିଥିଲେ । ସେ କହିଥିଲେ ଯେ, ଏହି ଆସନ ବୁଝାମଣା ଆଲୋଚନା ସମୟରେ ପିତୃପକ୍ଷ ପ୍ରସଙ୍ଗ ଉଠିଥିଲା । ମୁଁ କହିଥିଲି ମୋର ପକ୍ଷ କେବଳ ପିତୃ… ଏବଂ ଦଳର ସମସ୍ତ କର୍ମକର୍ତ୍ତାଙ୍କ ପକ୍ଷ । ସେ କହିଥିଲେ ମୁଁ ବାଲା ସାହେବଙ୍କୁ କଥା ଦେଇଥିଲି ଯେ, ଦିନେ ନା ଦିନେ ଆମ ନିକଟରେ ଶିବସେନାର ମୁଖ୍ୟମନ୍ତ୍ରୀ ରହିବେ । ଏହି ଅବସରରେ ଉଦ୍ଧବ ରାକପା ମୁଖିଆ ଶରଦଙ୍କୁ ଇଡି ଜେରା ସମ୍ପର୍କରେ କହିଥିଲେ ଯେ, ଆମେ ଆଜି ଯାହା ହାସଲ କରିଛେ, ତାହା ନିଜ ସଂଘର୍ଷ କାରଣରୁ । ତେବେ ମୋତେ ଏହା ଦେଖି ଖୁସି ଲାଗୁନାହିଁ ଯେ, ଶରଦ ପାୱାର କିମ୍ବା ଅଜିତ ପାୱାରଙ୍କ ସହ କ’ଣ ହେଉଛି? ମୁଁ ଏହାକୁ ମଧ୍ୟ ଗୁରୁତ୍ୱ ଦେଉନାହିଁ ସେମାନେ କ’ଣ କହୁଛନ୍ତି । ତେବେ ଏହା ସତ ଯେ, ପ୍ରତିଶୋଧର ଭାବନା ନେଇ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*