କରୋନା ନୁହେଁ ଚୀନ ଭାଇରସ୍‌! ରାଷ୍ଟ୍ରପତି ଟ୍ରମ୍ପ ପୁଣି ଛିଗୁଲେଇଲେ ଚୀନକୁ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ୱାଶିଂଟନ

ଚୀନରୁ ବାହାରିଥିବା କରୋନା ଭାଇରସ୍‌ ବା କୋଭିଡ୍‌-୧୯କୁ ନେଇ ଏବେ ସାରା ବିଶ୍ୱରେ ଚର୍ଚ୍ଚା । ଏହି ଭାଇରସ୍‌ ୧୬୦ରୁ ଅଧିକ ଦେଶର ୨,୧୦,୩୦୦ରୁ ଅଧିକ ଲୋକଙ୍କୁ ସଂକ୍ରମଣ କରିଥିଲା ବେଳେ ମୃତୁ୍ୟ ସଂଖ୍ୟା ୯୦୦୦ ଟପିଲାଣି । ଅଧାରୁ ଅଧିକ ମୃତୁ୍ୟ ଚୀନର ବାହାର ଦେଶମାନଙ୍କରେ ଦେଖିବାକୁ ମିଳିବା ଏବଂ ଏହି ସଂକ୍ରମଣକୁ ନିୟନ୍ତ୍ରଣ କରିବାରେ ସେତେଟା ସଫଳତା ମିଳୁନଥିବାରୁ ସମସ୍ତେ ଚିନ୍ତାରେ । ଯେହେତୁ ଚୀନରୁ ଏହି ଭାଇରସ୍‌ ଆରମ୍ଭ ହୋଇଛି, ସେହି କାରଣରୁ ସବୁ ଦୋଷ ଚୀନ ଉପରେ ମଧ୍ୟ ଲଦାଯାଉଛି । ଏହି ଧାରାରେ ଆଗରେ ଅଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ପୂର୍ବରୁ ସେ ଏହି ଭାଇରସ୍‌ ପାଇଁ ଚୀନକୁ ଦାୟୀ କରିଥିଲା ବେଳେ ଏବେ ଏହି ଭାଇରସ୍‌ର ନାମ ଚୀନ ଭାଇରସ୍‌ ବୋଲି କହି ଚୀନକୁ ଚୁଗୁଲାଇଛନ୍ତି ।
କରୋନା ଭାଇରସ୍‌କୁ ଚୀନ ଭାଇରସ୍‌ ବୋଲି କହିବା ଘଟଣାକୁ ନେଇ ଅନେକ ଟ୍ରମ୍ପଙ୍କୁ ସମାଲୋଚନା କରୁଛନ୍ତି । ସେମାନଙ୍କ ଅଭିଯୋଗ ହେଉଛି ଯେ, ଏହା ଟ୍ରମ୍ପଙ୍କ ଚୀନ ବିରୋଧୀ ବିଚାରଧାରା । ହେଲେ ଟ୍ରମ୍ପ ଏହାକୁ ମାନିବାକୁ ଆଦୌ ପ୍ରସ୍ତୁତ ନୁହଁନ୍ତି । ଏକ ସାମ୍ବାଦିକ ସମ୍ମିଳନୀରେ ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ, କରୋନାକୁ ଚୀନ ଭାଇରସ୍‌ କହିବାରେ କୌଣସି ଭୁଲ ନାହିଁ । କାରଣ ଏହି ଭାଇରସ୍‌ ଚୀନରୁ ଆସିଛି । ଟ୍ରମ୍ପଙ୍କ ଏହି ଚୁକ୍ତିକୁ ନେଇ ଚୀନର ବିଶେଷଜ୍ଞମାନେ କଡ଼ା ବିରୋଧ କରିବା ସହ କହିଛନ୍ତି ଯେ, ଏହାଦ୍ୱାରା କରୋନା ଭାଇରସ୍‌ ବିରୋଧରେ ଚାଲିଥିବା ଲଢେଇ ଦୁର୍ବଳ ହେବ ଏବଂ ଚୀନ ଓ ଆମେରିକା ମଧ୍ୟରେ ସମ୍ପର୍କ ବିବାଦକୁ ଆସିବ । ଚୀନ ଓ ଏସିଆ ମହାଦେଶର ଅନ୍ୟ ଦେଶ ପ୍ରତି ଲୋକଙ୍କର ଘୃଣା ଭାବ ବଢିବ । କରୋନାକୁ ଚୀନ ଭାଇରସ୍‌ କହିବା ଦ୍ୱାରା ବିଶ୍ୱାବ୍ୟାପୀ ଚୀନ ଏକ ବିପଦପୂର୍ଣ୍ଣ ଓ ଭୟଙ୍କର ରାଷ୍ଟ୍ର ଭାବେ ପରିଗଣିତ ହେବ ।
ଟ୍ରମ୍ପ ହ୍ୱାଇଟ୍‌ ହାଉସ୍‌ରେ ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ସ୍ପଷ୍ଟ କରିଛନ୍ତି ଯେ, କରୋନା ସହ ଚୀନର ନାମ ମୁଁ ଏଥିପାଇଁ ଯୋଡ଼ୁଛି କାରଣ ଚୀନ ଲୋକେ ଏହାକୁ ନେଇ ଭୁଲ ସୂଚନା ଦେଉଛନ୍ତି । ସେ କହିଛନ୍ତି ଯେ, ଚୀନ ତରଫରୁ କୁହାଯାଇଛି ଯେ ଆମେରିକାର ସୈନିକଙ୍କ ମାଧ୍ୟମରେ ଚୀନର ବୁହାନ ସହରକୁ ଏହି ଭାଇରସ୍‌ ଆସିଛି । ସେମାନେ ମୋ ଦେଶର ସୈନିକମାନଙ୍କୁ ବଦନାମ କରିବାର ଚେଷ୍ଟା କରୁଛନ୍ତି । ଯେହେତୁ ଏହି ଭାଇରସ୍‌ର ଆରମ୍ଭ ଚୀନରୁ ସେହି କାରଣରୁ ଏହାର ନାମ ଚୀନ ଭାଇରସ୍‌ ବୋଲି ମୁଁ କହୁଛି । ଟ୍ରମ୍ପ ଏବଂ ହ୍ୱାଇଟ୍‌ ହାଉସ୍‌ ଚୀନ ଭାଇରସ୍‌ ନାମକୁ ନେଇ ଯେଉଁ ପ୍ରତିକ୍ରିୟା ସବୁ ଆସୁଛି ତାକୁ ସିଧାସଳଖ ଖାରଜ କରିଛନ୍ତି । କହିଛନ୍ତି ଯେ, ପୂର୍ବରୁ ଯେଉଁ ସବୁ ଭାଇରସ୍‌ ଦେଖାଯାଇଥିଲା, ତା’ର ନାମକୁ ସେହି ଭାଇରସ୍‌ର ଉତ୍ପତି ସ୍ଥଳର ନାମ ଅନୁସାରେ ଦିଆଯାଇଥିଲା । ସ୍ପାନିସ୍‌ ଫ୍ଲୁ, ବେଷ୍ଟ ନିଲ୍‌ ଭାଇରସ୍‌, ଜିକା, ଇବୋଲା ଆଦି ନାମ ସେହି ଭାଇରସ୍‌ର ଉତ୍ପତି ସ୍ଥଳର ନାମ ଅନୁସାରେ ହୋଇଛି । ଅଯଥା ନାମକୁ ନେଇ ବିବାଦ ସୃଷ୍ଟି କରାଯାଉଛି । କରୋନାର ନାମ ଚୀନ ଭାଇରସ୍‌, ଏଥିରେ କୌଣସି ସନେ୍ଦହ ନାହିଁ । ଚୀନକୁ ସତର୍କ କରାଇବା ସହ ପୂର୍ବରୁ ଆମେ ମଧ୍ୟ ଚୀନର ଏହି ଭାଇରସ୍‌ର ମୁକାବିଲା ପାଇଁ ପ୍ରସ୍ତୁତ ଥିବା ବିଷୟ କହିଛନ୍ତି ଟ୍ରମ୍ପ । ସେ ସୂଚନା ଦେଇଛନ୍ତି ପୂର୍ବରୁ ଚୀନକୁ ଯିବା ଆସିବା ଉପରେ ଆମେ କଟକଣା ଲଗାଇଥିଲୁ । ଏହି କାରଣରୁ ଆଜି ଆମ ଦେଶର ଅନେକ ଜୀବନ ବଞ୍ଚôଯାଇଛି ।
ପୂର୍ବରୁ ଆମେରିକା ଏବଂ ଚୀନ ମଧ୍ୟରେ ସମ୍ପର୍କ ଭଲ ନଥିଲା । ବାଣିଜି୍ୟକ ଲଢେଇ ନେଇ ଅବସ୍ଥା ଖରାପ ଥିଲା ବେଳେ ବର୍ତ୍ତମାନ ସ୍ଥିତିରେ ସୁଧାର ଆସୁଥିଲା । ହେଲେ ଏବେ ଚୀନକୁ ଛିଗୁଲେଇ ଟ୍ରମ୍ପ ଦୁଇ ଦେଶ ମଧ୍ୟରେ ଥିବା ବିବାଦ ଓ ଅବିଶ୍ୱାସକୁ ଆହୁରି ବଢାଇଛନ୍ତି । ଆମେରିକା ବାରମ୍ବାର କହିଆସୁଛି ଯେ, ଚୀନ ନିଜର ଭୁଲ ପାଇଁ ଆଜି ବିଶ୍ୱବାସୀଙ୍କୁ ଆତଙ୍କିତ କରିଛି । ସେମାନେ ଏହାର ମୁକାବିଲା ଠିକ୍‌ରେ କରିପାରିଲେ ନାହିଁ । ଟ୍ରମ୍ପ ପ୍ରଶାସନର ଯୁକ୍ତି ହେଉଛି ଏହି ଭାଇରସ୍‌ ଚୀନର ବୁହାନ ସ୍ଥିତ ଫୁଡ୍‌ ମାର୍କେଟରୁ ବ୍ୟାପି ନାହିଁ ବରଂ ଚୀନ ସରକାରଙ୍କ ବୁହାନ ସ୍ଥିତ ଲ୍ୟାବରୁ ବ୍ୟାପିଛି । ଏହି ଲାବ୍ରୋଟାରିରେ ଚୀନ ଜୈବିକ ଅସ୍ତ୍ର ପ୍ରସ୍ତୁତ ନେଇ ଗବେଷଣା କାମ କରୁଥିଲା । ଚୀନର ଟାର୍ଗେଟ ମଧ୍ୟ ଥିଲା ଆମେରିକା । ହେଲେ ଜୈବିକ ଅସ୍ତ୍ର ପ୍ରସ୍ତୁତ ସମୟରେ ନିଜର ତ୍ରୁଟି କାରଣରୁ ଚୀନ ବିଶ୍ୱକୁ ଆତଙ୍କ ଭିତରକୁ ଠେଲି ଦେଇଛି । ଖାଲି ଆମେରିକା ନୁହେଁ ଭାରତର ଏକ ଗବେଷକ ଦଳ ତାଙ୍କ ରିପୋର୍ଟରେ ଏହା ମଧ୍ୟ କହିଛନ୍ତି ଯେ, ଆଶା କରାଯାଉଛି କରୋନା ଭାଇରସ୍‌କୁ ଚୀନ ଜାଣିଶୁଣି ସୃଷ୍ଟି କରିଛି । ରିପୋର୍ଟରେ ମଧ୍ୟ ଜୈବିକ ଅସ୍ତ୍ର ପ୍ରସ୍ତୁତି ଆଶଙ୍କାକୁ ଉଲ୍ଲେଖ କରାଯାଇଛି ।
କରୋନାକୁ ନେଇ ଟ୍ରମ୍ପଙ୍କ ନୂଆ ନାମ ଏବଂ ଆକ୍ଷେପ ଯଦିଓ ଚୀନକୁ ଗ୍ରହଣୀୟ ହୋଇନାହିଁ ତେବେ ଟ୍ରମ୍ପ ସମାଲୋଚନା କରିବାକୁ ଯାଇ ଯେଉଁ ସବୁ ଯୁକ୍ତି ବାଢିଛନ୍ତି ତାହା ଆଉ ଏକ ନୂଆ ଚର୍ଚ୍ଚାକୁ ଜନ୍ମ ଦେଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*