ବିଜେଡି ନେତା ପାଣ୍ଡିଆନଙ୍କ ମନ୍ତବ୍ୟକୁ ନେଇ ଆଜି ପ୍ରତିକ୍ରିୟା ରଖିଛନ୍ତି ବିଜେପିର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି । ସେ କହିଛନ୍ତି ବିଜେଡିରେ ସମସ୍ତେ ତ କ୍ରୀତଦାସ ନୁହନ୍ତି ନା, ଅନେକ ଏକନାଥ ସିନ୍ଦେ ବି ଅଛନ୍ତି। ଆଉ ଏମାନେ ସମସ୍ତେ ବିଜେପି ସହ ସଂପର୍କରେ ଅଛନ୍ତି। ନୂଆ ନୂଆ ରାଜନୀତିକୁ ଆସି ମୁଖ୍ୟମନ୍ତ୍ରୀଙ୍କ ଗୁମାସ୍ତାଗିରି କରୁଥିବା ପାଣ୍ଡିଆନ୍ କେବେଠୁ ସେଫୋଲଜିଷ୍ଟ ହେଲେଣି ବୋଲି ପ୍ରଶ୍ନ କରିଛନ୍ତି।

ସମୀର ଆଉ ମଧ୍ୟ କହିଛନ୍ତି, ପାଣ୍ଡିଆନ୍ ଯଦି ସ୍ୱୀକାର କରୁଛନ୍ତି ବିଜେପିର ୫୦ଟି ସିଟ୍ ହେବ ବୋଲି, ଜୁନ୍ ୪ ତାରିଖ ଦିନ ଜାଣିବେ କ’ଣ ହେବ।

ତେବେ ବିଜେଡିରେ ସମସ୍ତେ ତ କ୍ରୀତଦାସ ନୁହଁନ୍ତି, ଅନେକ ଏକନାଥ ସିନ୍ଦେ ବି ଅଛନ୍ତି, ସେମାନେ ଆମ ସହ ସମ୍ପର୍କରେ ଅଛନ୍ତି। ପୂର୍ବରୁ ସଭାପତି କହିଛନ୍ତି ଯେ ଓଡ଼ିଶା ମାଟିର ଓଡ଼ିଆ ପିଲା ସ୍ୱାଭିମାନୀ ପିଲା, ଯାହା ଦେହରେ ଓଡ଼ିଆ ରକ୍ତ ଅଛି ସେ କ୍ରୀତଦାସ ପାଖରେ ରହିପାରିବନି । ତେଣୁ ଗୋଡ଼ ତଳୁ ମାଟି ଖସୁଥିବା ବିଜେଡି ଜାଣିଗଲାଣି ବୋଲି କହିଛନ୍ତି ସମୀର।

ପ୍ରଥମ ପର୍ଯ୍ୟାୟ ନିର୍ବାଚନର ୪ ଦିନ ପୂର୍ବରୁ ପାଣ୍ଡିଆନ୍‌ଙ୍କ ଏଭଳି ମନ୍ତବ୍ୟ ପରେ ଏହାର ଜବାବରେ ବିଜେପି ନେତା ସମୀର ମହାନ୍ତିଙ୍କ ବିଜେଡିରେ ଅନେକ ଏକନାଥ ସିନ୍ଦେ ଅଛନ୍ତିର ମନ୍ତବ୍ୟ ରାଜ୍ୟ ରାଜନୀତିକୁ ଆହୁରି ସରଗରମ୍ କରିଛି। ଓଡ଼ିଶାରେ ବିଜେପି ୪୦ରୁ ୫୦ ସିଟ୍ ପାଇ ଆସିଲେ ବିଜେଡି ସରକାର ଭାଙ୍ଗିଦେବେ ବୋଲି କହିବା ପରେ ରାଜ୍ୟ ରାଜନୀତିରେ ହଲ୍‌ଚଲ୍‌ ସୃଷ୍ଟି ହୋଇଛି।

Leave a Reply

Your email address will not be published. Required fields are marked *