ଅନ୍‌ଲାଇନ ନାଁରେ ଅଫ ଲାଇନରେ ଚଢାମୂଲ୍ୟରେ ମଦ ବିକ୍ରି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ: କଟକ

ଦୁଇମାସର ବ୍ୟବଧାନ ପରେ ନାହିଁଁ ଓ ହଁ ଭିତରେ ରାଜ୍ୟରେ ଅନ୍ଲାଇନ୍ରେ ମଦ ଯୋଗାଣ ଆରମ୍ଭ ହୋଇଛି । ଆଜି ସରକାରଙ୍କ ମଦଦୋକାନରେ ଅନ୍ଲାଇନ ମଦ ବିକ୍ରି ଅନୁମତିକୁ ଖୋଲାଖୋଲିଭାବେ ଉଲ୍ଲଘଂନ କରାଯାଇଥିବା ଦେଖିବାକୁ ମିଳିଛି । କଟକ ସହରର ଅନେକ ଦୋକାନ ଆଜି ଅନ୍ଲାଇନ ବିକ୍ରି ନକରି ଅଫଲାଇନରେ ମଦ ବିକ୍ରି କରୁଥିବା ଦେଖିବାକୁ ମିଳିଥିଲା । ଫଳରେ ବିଭିନ୍ନ ସ୍ଥାନରେ ଥିବା ମଦଦୋକାନ ସମ୍ମୁଖରେ ଭିଡ ଦେଖାଦେଇଥିଲା । ଫଳରେ କମିଶନରେଟ ପୁଲିସକୁ ନାକେଦମ୍ ହେବାପାଇଁ ପଡିଥିଲା । ଆଜି ଲିଙ୍କରୋଡ, ଜଗତପୁର, ବାରଙ୍ଗ, ନୂଆବଜାର, ଚାଉଳିଆଗଂଜ ଅଞ୍ଚଳରେ ଥିବା ମଦଦୋକାନରେ ଅନ୍ ଲାଇନ ଅପେକ୍ଷା ଅଧିକ ଅଫ୍ ଲାଇନରେ ମଦ ବିକ୍ରି କରାଯାଇଥିବା ଦେଖିବାକୁ ମିଳିଥିଲା । ପୁଲିସ ବାଧ୍ୟ ହୋଇ ଅନେକ ମଦଦୋକାନ ସମ୍ମୁଖରେ ଡେରାପକାଇ ରହିଥିଲେ । ଏଥିସହିତ ଅଫଲାଇନରେ ମିଳୁଥିବା ମଦ ସରକାର ଘୋଷିତ ମୂଲ୍ୟ ଠାରୁ ସର୍ବାଧିକ ଦରରେ ବିକି୍ର କରାଯାଉଥିବା ଦେଖିବାକୁ ମିଳିଥିଲା । ମଦ ଦୋକାନୀ ସଂଘ ଅନଲାଇନ୍ ବିକ୍ରି କରିବାକୁ ରାଜି ହୋଇଥିବା ବେଳେ ଆଜି ଅଫ୍ ଲାଇନରେ ମଦ ବିକ୍ରି କରୁଥିବା ଦେଖିବାକୁ ମିଳିଥିଲା ।
ସୂଚନାଯୋଗ୍ୟ ଯେ, ଲକାଡାଉନରେ ରାଜ୍ୟରେ ମଦଦୋକାନ ବନ୍ଦ ରହିବା ପରେ ଅନ୍ଲାଇନରେ ମଦ ଯୋଗାଇବା ପାଇଁ ସରକାରଙ୍କୁ ପରାମର୍ଶ ଦିଆଯାଇଥିଲା । ରାଜ୍ୟ ସରକାର ଏହି ପରାମର୍ଶକୁ ଗ୍ରହଣ କରି ଅନ୍ଲାଇନରେ ମଦ ଯୋଗାଇ ଦେବାପାଇଁ ଲାଇସେନ୍ସ ପ୍ରାପ୍ତ ମଦ ଦୋକାନିଙ୍କୁ ନିଦେ୍ର୍ଦଶ ଦେଲେ । ଏପରିକି ୱାଟ୍ସ ଆପ୍, ଏସ୍ଏମ୍ସେରେ ବୁକିଂ କରିବା ପାଇଁ ଦୋକାନ ସମ୍ମୁଖରେ ଚାଟ୍ ଲଗାଇବା ସହ ଗ୍ରାହକ କିପରି ଭାବେ ଅନ୍ଲାଇନରେ ପେମେଣ୍ଟ କରିବେ ତାହା ଉକ୍ତ ଚାର୍ଟରେ ଲେଖିବା ପାଇଁ ଦୋକାନିଙ୍କୁ ନିଦେ୍ର୍ଦଶ ଦେଲେ । ଏଥିସହ ମଦର ଧାର୍ଯ୍ୟ ମୂଲ୍ୟ ଉପରେ ୫୦ ପ୍ରତିଶତ କୋଭିଡ଼ ଫି କରୋନା ଚିକିତ୍ସା ପାଇଁ ଯୋଡ଼ି ମଦକୁ ହୋମ୍ ଡ଼େଲିଭରି ଦେବାପାଇଁ ରାଜ୍ୟ ସରକାର ଅନୁମତି ପ୍ରଦାନ କରିଥିଲେ । ଏହା ସତ୍ତ୍ୱେ ମଦ ଦୋକାନୀ ଏବେ ଅନ୍ଲାଇନ ନାଁରେ ଅଫଲାଇନରେ ମନଇଛା ମୂଲ୍ୟରେ ମଦ ବିକ୍ରି କରୁଥିବା ଜଣାପଡିଛି । ଏହାଦ୍ୱାରା ସରକାର ବ୍ୟାପକ ପରିମାଣରେ ରାଜସ୍ୱହାନୀ ଘଟିବାର ସମ୍ଭାବନା ଦେଖାଦେଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*