ଦିନକୁ ଦିନ ଅଶାନ୍ତ ହେଉଛି କଲେଜ୍ ପରିସର। ଆଜି ଭୁବନେଶ୍ୱରର ରାଜଧାନୀ କଲେଜରେ ମୁହାଁ ମୁହିଁ ହୋଇଛନ୍ତି ଦୁଇ ଗୋଷ୍ଠୀ। ଅଣଛାତ୍ର ମୁକ୍ତ କ୍ୟାମ୍ପସ, ନିଶା ମୁକ୍ତ କ୍ୟାମ୍ପସ, ସିସିଟିଭି ଲଗାଇବା ପାଇଁ ଏବିଭିପି ପକ୍ଷରୁ କଲେଜ ସମ୍ମୁଖରେ ପ୍ରତିବାଦ ବେଳେ ଦୁଇ ଛାତ୍ର ଗୋଷ୍ଠୀ ମୁହାଁ ମୁହିଁ ହୋଇଛନ୍ତି। କଲେଜ ପରିସରରେ ମାରପିଟ୍ ଏବଂ ଧସ୍ତାଧସ୍ତି ଯୋଗୁଁ ଉଭୟ ଗୋଷ୍ଠୀର ଏକାଧିକ ଛାତ୍ର ଆହତ ହୋଇଥିବା ସୂଚନା ମିଳିଛି। ଏହାପରେ କଲେଜ କ୍ୟାମ୍ପସରେ ପୁଲିସ ମୁତୟନ କରାଯାଇଛି ।

Leave a Reply

Your email address will not be published. Required fields are marked *