ଦେଶରେ ଶେଷ ପର୍ଯ୍ୟାୟ ନିର୍ବାଚନ ଆଜି ଶେଷ ହୋଇଛି। ଦେଶରେ ୫୪୩ ଲୋକସଭା ଆସନ ଓ କିଛି ରାଜ୍ୟର ବିଧାନସଭା ଆସନ ପାଇଁ ଲୋକମାନେ ଦେଇଛନ୍ତି ଭୋଟ। ୭ମ ପର୍ଯ୍ୟାୟ ଭୋଟିଂ ଶେଷ ହେବା ସହ ୮ ହଜାରରୁ ଅଧିକଙ୍କ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ ହୋଇଯାଇଛି। ମତଦାନ ଶେଷ ହେବା ସହ ବିଭିନ୍ନ ସର୍ଭେ ସଂସ୍ଥାଙ୍କ ଦ୍ବାରା କରାଯାଇଥିବା ବୁଥ ବାହୁଡ଼ା ମତାମତ ସର୍ଭେ ବା ଏକଜିଟ ପୋଲ୍ ରିପୋର୍ଟ ଆସିଛି । ଅଧିକାଂଶ ସଂସ୍ଥଙ୍କ ଆକଳନରୁ ଜଣାପଡ଼ିଛି ଯେ ଏଥର ପୁଣି ଥରେ ଦେଶରେ ମୋଦୀ ସରକାର ହେବାକୁ ଯାଉଛି ।

ଇଣ୍ଡିଆ ନ୍ୟୁଜ୍-ଡି ଡାଇନାମିକ୍ସର ଆକଳନ ଅନୁସାରେ ଲୋକସଭା ନିର୍ବାଚନରେ ଏନଡିଏକୁ ୩୭୧ଟି ଆସନ ମିଳିବାର ସମ୍ଭାବନା ଥିବାବେଳେ ଇଣ୍ଡିଆ ମେଣ୍ଟକୁ ୧୨୫ଟି ଆସନ ଜିତିବାର ସମ୍ଭାବନା ରହିଛି । ଅନ୍ୟମାନଙ୍କୁ ୪୭ଟି ଆସନ ଜିତିବାର ସମ୍ଭାବନା ରହିଛି ।

ସେହିପରି ଜନ୍‌ କି ବାତ୍‌ର ତଥ୍ୟ ଅନୁଯାୟୀ ଏନଡିଏ ୩୬୨ରୁ ୩୯୨, ଇଣ୍ଡିଆ ୧୪୧-୧୬୧ ଓ ଅନ୍ୟାନ୍ୟ ଦଳ ୧୦-୨୦ ଆସନ ଜିତବେ।

ରିପବ୍ଲିକ୍ ଭାରତ-ମାଟ୍ରିଜର ଆକଳନ ଅନୁସାରେ ଏନଡିଏକୁ ୩୫୩-୩୬୮ଟି ଆସନ ମିଳିବାର ସମ୍ଭାବନା ଥିବାବେଳେ ଇଣ୍ଡିଆ ମେଣ୍ଟକୁ ୧୧୮-୧୩୩ଟି ଆସନ ଜିତିବାର ସମ୍ଭାବନା ରହିଛି । ଅନ୍ୟମାନଙ୍କୁ ୪୩-୪୮ଟି ଆସନ ଜିତିବାର ସମ୍ଭାବନା ରହିଛି ।

ଟିଭି ୫ ତେଲୁଗୁର ସର୍ଭେରୁ ଜଣାପଡ଼ିଛି ଯେ ଏନଡିଏ ୩୫୯, ଇଣ୍ଡିଆ ୧୫୪ ଓ ଅନ୍ୟାନ୍ୟ ଦଳ ୩୦ଟି ଆସନରେ ବାଜିମାତ କରିବେ।

ଦୈନିକ ଭାସ୍କର କହିଛି ଯେ ବିଜେପି ୨୮୧ରୁ ୩୫୦, ଇଣ୍ଡିଆ ୧୪୫ରୁ ୨୦୧ ଓ ଅନ୍ୟାନ୍ୟ ଦଳ ୩୩ରୁ ୪୯ଟି ଆସନ ଜିତିବେ।

ଏନଡିଟିଭି-ପୋଲ ଅଫ ପୋଲ୍ସର ଆକଳନ ଅନୁସାରେ ଏନଡିଏକୁ ୩୬୫ଟି ଆସନ ମିଳିବାର ସମ୍ଭାବନା ଥିବାବେଳେ ଇଣ୍ଡିଆ ମେଣ୍ଟକୁ ୧୪୨ଟି ଆସନ ଜିତିବାର ସମ୍ଭାବନା ରହିଛି । ଅନ୍ୟମାନଙ୍କୁ ୩୬ଆସନ ଜିତିବାର ସମ୍ଭାବନା ରହିଛି ।

ସେହିପରି Axis My India ପକ୍ଷରୁ ରାଜ୍ୟୱାରୀ ବିଜେପି ଓ ଅନ୍ୟ ଦଳଗୁଡ଼ିକ କେତୋଟି ଲେଖାଏ ଆସନ ଜିତିବେ, ତା’ର ଆକଳନ କରାଯାଇଛି। ସେହିପରି ଦେଶରେ ବିଜେପି ନେତୃତ୍ୱାଧୀନ ଏନଡିଏ ୩୬୧ରୁ ୪୦୧, କଂଗ୍ରେସ ୧୩୧ରୁ ୧୬୬ ଓ ଅନ୍ୟାନ୍ୟ ଦଳ ୮ରୁ ୨୦ଟି ଆସନ ଜିତି ପାରନ୍ତି ।

Leave a Reply

Your email address will not be published. Required fields are marked *