BJP Odisha Lok Sabha Victory

ଆଜି ଶେଷ ପର୍ଯ୍ୟାୟ ନିର୍ବାଚନ ସରିବା ସହ କେଉଁଠି କେଉଁ ଦଳ ସରକାର ଗଢ଼ିବ ତାକୁ ନେଇ ଆରମ୍ଭ ହୋଇଯାଇଛି ଏକଜିଟ୍ ପୋଲ୍। ତେବେ ଓଡ଼ିଶା ଲୋକସଭା ନିର୍ବାଚନକୁ ନେଇ ମଧ୍ୟ ବିଭିନ୍ନ ଗଣମାଧ୍ୟମ ସଂସ୍ଥା ଏକଜିଟ୍ ପୋଲ୍ କରିଛନ୍ତି। ଏହି ସବୁ ଆକଳନରୁ ଏଥର ଓଡ଼ିଶାରେ ବିଜେପି ବହୁମତ ପାଇବ ବୋଲି ଜଣା ପଡ଼ିଥିବା ବେଳେ ବିଜେଡି ସ୍ଥିତି ତଳକୁ ଖସିବା ନେଇ ଏକ ପ୍ରକାର ସ୍ପଷ୍ଟ ହୋଇଛି। ସେହିପରି ତୃତୀୟ ସ୍ଥାନରେ ରହିବ କଂଗ୍ରେସ।

ଇଣ୍ତିଆ ଟିଭିର ଏକଜିଟ୍ ପୋଲ୍ ଅନୁଯାୟୀ ବିଜେପିକୁ ମିଳିବ ୧୫ରୁ ୧୭ଟି ଲୋକସଭା ଆସନ । ଏହାସହ ବିଜେଡିକୁ ମିଳିବ ୪ରୁ ୬ଟି ସିଟ୍‌ । କଂଗ୍ରେସକୁ ମିଳିବ ୦-୧ ସିଟ୍‌। ସେହିଭଳି ଟୁଡେ,ସ ଚାଣକ୍ୟର ଏକଜିଟ୍ ପୋଲ୍ ଅନୁଯାୟୀ ବିଜେପିକୁ ମିଳିବ ୧୬ଟି ସିଟ୍‌ । ବିଜେଡିକୁ ୪ଟି ସିଟ୍‌ ଓ କଂଗ୍ରେସକୁ ମିଳିବ ୧ ସିଟ୍‌ ।

ସେହିପରି ଟିଭି ସିଏନକ୍ସ ଏକଜିଟ୍ ପୋଲ୍ ଅନୁଯାୟୀ ବିଜେପି ୧୫ରୁ୧୬, ବିଜେଡି ୪ରୁ୬, କଂଗ୍ରେସ ୦-୧ ସିଟ୍ ପାଇବେ ବୋଲି ଜଣାପଡିଛି। ଏହାସହ ରିପବ୍ଲିକ ମାଟ୍ରାଇଜ ଆକଳନ ଅନୁଯାୟୀ ବିଜେପି ଓଡ଼ିଶାରେ ୯-୧୨, ବିଜେଡି ୭-୧୦ ଓ କଂଗ୍ରେସ ୦-୧ ଆସନ ହାତେଇବାକୁ ସକ୍ଷମ ହେବ।

ଇଣ୍ଡିଆ ନ୍ୟୁଜ ଏକଜିଟ୍ ପୋଲ୍ ଅନୁଯାୟୀ ବିଜେପି ୧୩, ବିଜେଡି ୮ ଓ କଂଗ୍ରେସ ୦ ଆସନ ଜିତିବ ବୋଲି ଜଣା ପଡ଼ିଛି। ସେହିପରି ନ୍ୟୁଜ18 ଏକଜିଟ୍ ପୋଲ୍ ଅନୁଯାୟୀ ବିଜେପି ୧୩ ରୁ ୧୫, ବିଜେଡି ୬ରୁ୮ ଆସନ ଜିତିବ ବୋଲି ଜଣା ପଡ଼ିଥିବା ବେଳେ କଂଗ୍ରେସ କୌଣସି ଆସନ ଜିତିବ ନାହିଁ ବୋଲି ଜଣା ପଡିଛି।

ଏହାସହ ABP ସି ଭୋଟର ଆକଳନ ଅନୁଯାୟୀ ବିଜେପି ୧୭ ରୁ ୧୯, ବିଜେଡି ୧ ରୁ ୩ ଓ କଂଗ୍ରେସ ୦-୨ ଆସନ ଜିତିବ।

ସେହିପରି ଇଣ୍ଡିଆ ଟୁଡେ ତରଫରୁ କରାଯାଇଥିବା ଆକ୍ସିସ ମାଇଁ ଇଣ୍ଡିଆ ଆକଳନ ଅନୁଯାୟୀ ବିଜେପି ଓଡ଼ିଶାରେ ୧୮ ରୁ୨୦,ବିଜେଡି ୦ ରୁ ୨ ଓ କଂଗ୍ରେସ ୦ରୁ୧ ଲୋକସଭା ଆସନ ଜିତିବ ବୋଲି ଜଣା ପଡ଼ିଛି।ତେବେ ଏଥର ବିଜେପି ବିଜେଡିକୁ ଚିତ କରି ୩ ରୁ ୪ ଗୁଣା ସିଟ୍ ହାତେଇବ ବୋଲି ଏହି ସମସ୍ତ ଏକଜିଟ୍ ପୋଲ୍ ଦେଖି ଆକଳନ କରି ହେଉଛି।

By Nirvay

Leave a Reply

Your email address will not be published. Required fields are marked *