ରାଜ୍ୟରେ ଜୁନ ୧ରେ ଅନୁଷ୍ଠିତ ହୋଇଥିବା ଶେଷ ପର୍ଯ୍ୟାୟ ନିର୍ବାଚନରେ ମୋଟ ୭୦.୬୭% ମତଦାନ ହୋଇଛି। ମୟୂରଭଞ୍ଜ ରେ ୭୩.୮୧%, ବାଲେଶ୍ବର ରେ ୭୦.୪୧%,ଭଦ୍ରକରେ ୭୦.୩୪%,କେନ୍ଦ୍ରାପଡ଼ାରେ ୬୮.୬୪% ,ଯାଜପୁର ୬୭.୯୧% ଓ ଜଗତସିଂହପୁରରେ ୭୩.୦୬% ମତଦାନ ହୋଇଛି । ସବୁଠୁ ଅଧିକ ମୟୁରଭଞ୍ଜରେ ମତଦାନ ହୋଇଥିବା ବେଳେ ସବୁଠୁ କମ ଯାଜପୁରରେ ହୋଇଛି। ଚତୁର୍ଥ ପର୍ଯ୍ୟାୟରେ ରାଜ୍ୟର ୬ ଲୋକସଭା ଓ ୪୨ ବିଧାନସଭା ଆସନ ପାଇଁ ମତଦାନ ହେଉଛି। କଡା ସୁରକ୍ଷା ବ୍ୟବସ୍ଥା ଭିତରେ ମତଦାନ ହୋଇଥିଲା।

By Nirvay

Leave a Reply

Your email address will not be published. Required fields are marked *